|
logo
Live
Argus News App
GET APP

Argus News - 'ଓଡ଼ିଶାକୁ ଦରକାର ନାହିଁ ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ'; ମହୁଆଙ୍କୁ ବିଜେପିର କଡ଼ା କାଉଣ୍ଟର

Odisha

Bangladeshi Politics / 'ଓଡ଼ିଶାକୁ ଦରକାର ନାହିଁ ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ'; ମହୁଆଙ୍କୁ ବିଜେପିର କଡ଼ା କାଉଣ୍ଟର

Sushanta Sahoo
Browse all articles by Sushanta Sahoo
·3 months ago·2 min read
'ଓଡ଼ିଶାକୁ ଦରକାର ନାହିଁ ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ'; ମହୁଆଙ୍କୁ ବିଜେପିର କଡ଼ା କାଉଣ୍ଟର
BJP Counter Mahua Moitra

Key Points

ମିଛୁଆ ମହୁଆ ମୋଇତ୍ର । ଆଣିଥିଲେ ମିଛ ଅଭିଯୋଗ । ଧରା ପକାଇଦେଲା ନୟାଗଡ଼ ପୋଲିସ । କଡ଼ା କାଉଣ୍ଟର ଖୋଲି ମହୁଆଙ୍କ ବାଂଲାଦେଶୀ ପ୍ରେମକୁ ଧରା ପକାଇ ଦେଲେ ବିଜେପି ମୁଖପାତ୍ର । 
ଭୁବନେଶ୍ଵର: ମିଛ କହୁଛନ୍ତି ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର । ନୟାଗଡ଼ ପୋଲିସ ବିରୋଧରେ ପଶ୍ଚିମବଙ୍ଗର ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର ଆଣିଥିବା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ନୟାଗଡ଼ ଅତିରିକ୍ତ ଏସ୍‌ପି ସୁବାସ ପଣ୍ଡା କହିଛନ୍ତି, "ପଶ୍ଚିମବଙ୍ଗ ସାଂସଦ ଆଣିଥିବା ଅଭିଯୋଗ ଶତ ପ୍ରତିଶତ ମିଛ, କୌଣସି ସତ୍ୟତା ନାହିଁ ।"

ନୟାଗଡ଼ କିମ୍ବା ଓଡ଼ଗାଁ ଅଞ୍ଚଳରୁ ସେଭଳି କୌଣସି ସନ୍ଦିଗ୍ଧ ଚିହ୍ନଟ ହୋଇ ନାହାନ୍ତି । ଯଦି ସେମିତି କୌଣସି ବ୍ୟକ୍ତି ଚିହ୍ନଟ ହିଁ ହୋଇନାହାନ୍ତି ତେବେ ବାହାର କରିବାର ପ୍ରଶ୍ନ ଆଦୌ ଉଠୁନାହିଁ । କିଏ ଯଦି ସ୍ୱଇଛାରେ ଘରକୁ ଯିବ ସେହି କଥା ଆମେ ଜାଣିନାହୁଁ ବୋଲି କହିଛନ୍ତି ନୟାଗଡ଼ ଅତିରିକ୍ତ ଏସ୍‌ପି ।

ବୁଧବାର ସୋସିଆଲ୍ ମିଡିଆ Xରେ ୨ ମିନିଟ୍ ୭ ସେକେଣ୍ଡର ଭିଡିଓ ପୋଷ୍ଟ କରିଥିଲେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ର । ଯେଉଁଥିରେ ସେ ଅଭିଯୋଗ କରିଥିଲେ, "ନୟାଗଡ଼ ପୋଲିସ ୪ ଜଣ ବଙ୍ଗାଳି କହୁଥିବା ଭାରତୀୟଙ୍କୁ ଓଡ଼ିଶାରୁ ତଡ଼ି ଦେଇଛି । ୪ ବଙ୍ଗାଳି ସମସ୍ତ କାଗଜପତ୍ର କରିବା ପରେ ମୁର୍ସିଦାବାଦ ଛାଡ଼ି ଓଡ଼ିଶା ପେଟ ପୋଷିବାକୁ ଯାଇଥିଲେ । ସେମାନଙ୍କୁ ଗିରଫ ଭୟ ଦେଖାଯାଇ ବିଦା କରାଯାଇଛି । ଏହା ସମ୍ବିଧାନର ବିରୋଧୀ । ଏହି ପ୍ରସଙ୍ଗକୁ ମୁଁ କୋର୍ଟକୁ ନେଇଯିବି ।"


ମହୁଆ ମୋଇତ୍ର ଆଣିଥିବା ଅଭିଯୋଗ ଉପରେ ରାଜ୍ୟ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । ବିଜେପି ମୁଖପାତ୍ର ଅନୀଲ ବିଶ୍ଵାଳ ମହୁଆଙ୍କୁ କଡ଼ା କାଉଣ୍ଟର କରିଛନ୍ତି । କହିଛନ୍ତି, "ଅବୈଧ ଭାବେ ଓଡ଼ିଶାରେ ରହୁଥିବା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ହଟାଯିବ । ଓଡ଼ିଶା ପୋଲିସ ଦାୟିତ୍ଵବାନ ଭାବେ ଏହି ଦାୟିତ୍ଵ ନିର୍ବାହ କରୁଛି । ଯେଉଁଠି ବି ସନ୍ଦିଗ୍ଧ ଧରାପଡ଼ିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।"


ସାଂସଦ ମହୁଆ ମୋଇତ୍ରଙ୍କ ଏତେ ଦରଦ କାହିଁକି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ପ୍ରତି ବୋଲି ପଚାରିଛନ୍ତି ଅନୀଲ । କହିଛନ୍ତି, "କୌଣସି ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ ଓଡ଼ିଶାକୁ ଆବଶ୍ୟକ ନାହିଁ । ଟିଏମ୍‌ସି ସର୍ବଦା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଇ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଉଛି ।"

ଟିଏମ୍‌ସି ସାଂସଦ ତାଙ୍କ ରାଜ୍ୟ ଉପରେ ଫୋକସ୍ କରନ୍ତୁ । ଓଡ଼ିଶା କଥା ଓଡ଼ିଆ ଲୋକ ବୁଝିବେ । ମିଥ୍ୟା ଅଭିଯୋଗ ଆଣି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କକୁ ମହୁଆ ଖରାପ କରନ୍ତୁ ନାହିଁ । ଓଡ଼ିଶାରୁ ସମସ୍ତ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ନିଶ୍ଚିତ ଭାବେ ବିଦା କରାଯିବ ବୋଲି କହିଛନ୍ତି ଅନୀଲ ବିଶ୍ଵାଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bangladeshi Politics: 'ଓଡ଼ିଶାକୁ ଦରକାର ନାହିଁ ଦେଶ ବିରୋଧୀ ତତ୍ତ୍ଵଙ୍କ ଉପଦେଶ'; ମହୁଆଙ୍କୁ ବିଜେପିର କଡ଼ା କାଉଣ୍ଟର | Argus News