Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

Jitendra Dash
Browse all articles by Jitendra Dash
·2 years ago·2 min read
ଆଦିବାସୀ ଯୁବକଙ୍କ ହାଜତ ମୃତ୍ୟୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଅର୍ଗସ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଥାନା ହାଜତରେ ଅସ୍ୱାଭାବିକ ମୃତ୍ୟୁ ବ୍ୟତିକ୍ରମ ନୁହେଁ ବରଂ ଏକ ସ୍ୱାଭାବିକ ଘଟଣାରେ ପରିଣତ ହେଲାଣି । ବିଶେଷକରି ଜିଲ୍ଲାର ଖଣି ଅଂଚଳ ଯୋଡା-ବଡବିଲ୍‌ରେ ଖଣି ମାଫିଆଙ୍କ ସହିତ ପୋଲିସର ମଧୁଚନ୍ଦ୍ରିକା କାହାକୁ ଆଶ୍ଚର୍ଯ୍ୟ ଚକିତ କରୁନଥିବାବେଳେ ସେଠାକାର ଥାନାଗୁଡିକ ସାଧାରଣ ଜନତାଙ୍କ ପାଇଁ ନିର୍ଯ୍ୟାତନା ଶିବିରଭାବେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନଭାବ କାରଣରୁ ଯୁବକ, ମହିଳା ଅସୁରକ୍ଷିତ ହୋଇଛନ୍ତି । ଯାହାର ଉଦାହରଣ ସ୍ୱରୂପ ଗତ ୨୫ତାରିଖ ଦିନ ଆଦିବାସୀ ଯୁବକ ଦୀନେଶ ନାୟକ(୨୩)ଙ୍କୁ କେନ୍ଦୁଝର ଜିଲ୍ଲା ଯୋଡା ଥାନା ପୋଲିସ କୌଣସି କାରଣରୁ ଉଠାଇ ନେଇ ଯାଇଥିଲା । ଗତ ୨୭ତାରିଖ ଦିନ ଗିରଫ ଆଦିବାସୀ ଯୁବକଙ୍କ ମୃତଦେହ ସ୍ଥାନୀୟ ଟିସ୍କୋ ହସ୍ପିଟାଲରୁ ଉଦ୍ଧାର କରାଯାଇଥିଲା । ଶ୍ରୀ ନାୟକ ବାପା ମାଆଙ୍କର ଏକମାତ୍ର ରୋଜଗାରକ୍ଷମ ପୁଅ । ପ୍ରକାଶଥାଉ କି, ମୃତକ ଶ୍ରୀ ନାୟକ ଏହି ଘଟଣାର ୪ଦିନ ତଳେ ବିବାହ କରିଥିଲେ ଏବଂ ବିବାହର ୪ର୍ଥ ଦିନରେ ହିଁ ସେ ପୋଲିସ ମାତ୍ରାଧିକ୍ୟ କାର୍ଯ୍ୟରେ ଶିକାର ହୋଇଥିଲେ । ନବ ବିବାହିତା ପତ୍ନୀଙ୍କ ପାଦରୁ ଅଳତା ଲଭିବା ପୂର୍ବରୁ ଏଭଳି ନାରକ୍ୟ ଘଟଣା ସମଗ୍ର ଅଂଚଳକୁ ସ୍ତବ୍ଧ କରିଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି । 

କେନ୍ଦୁଝର ଜିଲ୍ଲା ଯୋଡା ଥାନାରେ ହାଜତ ମୃତ୍ୟୁ ଗୋଟିଏ ଘଟିଛି ତାହା ନୁହେଁ ଏହା ପୂର୍ବରୁ ଗତ ବର୍ଷ ଜାନୁୟାରୀ ମାସରେ ମଧ୍ୟ ଜିଲ୍ଲା ଖଣି ଅଂଚଳରେ ଏକ ହାଜତ ମୃତ୍ୟୁ ଘଟିଥିଲା । ବାରମ୍ବାର ହାଜତ ମୃତ୍ୟୁ ଘଟିବା ଏବଂ ଖଣି ମାଫିଆମାନଙ୍କ ପୋଲିସର ସମ୍ପର୍କ ପାଇଁ କେନ୍ଦ୍ରୁଝର ଜିଲ୍ଲା ଯୋଡା ବଡବିଲ ଅଂଚଳ ଦୁଃନାମ ସହୁଛି । ଏନେଇ ଗତ ୩ଦିନ ତଳେ କେନ୍ଦୁଝର ଜିଲ୍ଲା ଏସ୍‌ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । କିନ୍ତୁ ଏସ୍‌ପି ଏଯାଏଁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୃତ ଦିନେଶଙ୍କ ପରିବାର ପୋଲିସ ଭୟରେ ପାଟି ଖୋଲୁନାହାନ୍ତି । ଅଭିଯୁକ୍ତ ଆଦିବାସୀ ଯୁବକଙ୍କର ପୋଲିସ ହେପାଜତରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି । କେନ୍ଦୁଝର ଜିଲ୍ଲା ଏସ୍‌ପି ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ତାଙ୍କୁ ପଦବୀରୁ ବହିଷ୍କାର କରାଯାଉ । ଯୋଡା ଥାନାରେ ଏଭଳି ଘଟଣା ଘଟିଥିବା କାରଣରୁ ସେହି ଥାନା ଅଫିସରଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ଦାୟର କରାଯାଉ ଏବଂ ମୃତକ ଆଦିବାସୀ ଦିନେଶ ନାୟକଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୂରଲୀ ମନୋହର ଶର୍ମା ଓ ରାଧାକାନ୍ତ ମହାନ୍ତ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ପୋଲିସ ମହାନିର୍ଦ୍ଦେଶକ (ମାନବ ଅଧିକାର ସୁରକ୍ଷା ସେଲ୍‌) ଲଳିତ ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । 

Sponsored
BJP delegation met the Director General of Police over the tragic death of tribal youth | Argus News