Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

Odisha

ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

Jitendra Dash
Browse all articles by Jitendra Dash
·2 years ago·2 min read
ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ପ୍ରଶ୍ନବାଣରେ ଘାଇଲା ହେଲେ ରାଜ୍ୟ ସରକାର
ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ 
କହିଲେ, ୪ଟି ଶୌଚାଳୟର ଉଦଘାଟନରେ କିଏ ଯିବ ? 
 

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇକି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲେ ବିରୋଧୀ । ଖାଲି ଟାର୍ଗେଟ୍‌ କଲେ ତାହା ନୁହେଁ ବରଂ ଅସନ୍ତୋଷ ବି ଝାଡିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ନୁହେଁ, ଏ ହେଉଛି ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି । ସାଲବେଗଙ୍କୁ ଭେଟିବାକୁ ଜଗନ୍ନାଥ ୯ ଦିନ ବାହାରକୁ ବାହାରିଥିଲେ । ଏବେ ଆମେ ସାମିଲ ହେବା ଠିକ୍ କି ନୁହେଁ ଆପଣ ବିଚାର କରନ୍ତୁ ବୋଲି କହିଛନ୍ତି ଶ୍ରୀ ସାମଲ ।

ସେପଟେ ରାଜ୍ୟ କଂଗ୍ରେସ ମଧ୍ୟ ପରିକ୍ରମା କପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ସରକାର ଅଣଓଡ଼ିଆ ଚିନ୍ତାଧାରା ଦ୍ୱାରା ପ୍ରଭାବିତ । ସରକାର ଜାଣିନାହାନ୍ତି ଶ୍ରୀମନ୍ଦିରର ମାହାତ୍ମ୍ୟ କ’ଣ ? ସରକାର ଭାବୁଛନ୍ତି ଏହା ଏକ ପର୍ଯ୍ୟଟନ ସ୍ଥଳୀ । ମହାପ୍ରସାଦର ପ୍ରଚାର ପାଇଁ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଲେ । ଏବେ କାନ୍ଥରେ ଚିତ୍ର କରି ମହାପ୍ରଭୁଙ୍କ ଗାଥାଗାନ କରୁଛି ବିଜେଡି ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

କେବଳ ଏତିକି ନୁହେଁ ବରଂ ମନ୍ଦିର ଚାରିପାଖ ଅବରୋଧକୁ ହଟାଇ ୪ଟି ଶୌଚାଳୟ କରାଯାଇଛି, ୪ଟି ଶୌଚାଳୟ ଉଦଘାଟନ ପାଇଁ ଗୁଆ, ଚାଉଳର ଆବଶ୍ୟକତା ଅଛି କି ? ଏହି ଠାକୁର ଲୋକଙ୍କୁ ଖାଇବାକୁ ଦିଏ, ଚାଉଳ ମାଗେନି । ଲୋକଙ୍କ ଚାଉଳରେ ବିଜେଡି କର୍ମୀ ଭୋଜି କରୁଛନ୍ତି । ଜଗନ୍ନାଥ ମନ୍ଦିରରେ ପାଣି ଗଳୁଛି, କିପରି ମରାମତି ହେବ ଚିନ୍ତା କଲେ ଭଲ ହେବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ  ।
 

Sponsored
BJP dubs Puri Srimandir Parikrama Prakalpa inauguration as party programme | Argus News