Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗଦେଲେ ବିଜେପି ରାଜ୍ୟ ଉପସଭାପତି

Odisha

ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗଦେଲେ ବିଜେପି ରାଜ୍ୟ ଉପସଭାପତି

Smruti Parija
Browse all articles by Smruti Parija
·2 years ago·1 min read
ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗଦେଲେ ବିଜେପି ରାଜ୍ୟ ଉପସଭାପତି

ଅର୍ଗସ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟାଳୟ ନୂଆ ଦିଲ୍ଲୀ ଠାରେ ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗଦେଲେ  ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।  ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସଂଗଠନ ମାନ୍ୟ ବି ଏଲ୍ ସନ୍ତୋଷ ଜି ଅନ୍ୟତମ ସାଧାରଣ ସଂପାଦକ ସୁନୀଲ ବଂଶଲ ପ୍ରମୁଖଙ୍କ ମାର୍ଗ ଦର୍ଶନ ପ୍ରାପ୍ତ ହେବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂଆଦିଲ୍ଲୀରେ ନିର୍ବାଚନ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଗତକାଲି(ଗୁରୁବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆବାସରେ ମଧ୍ୟ ବିଜେପି ନେତାମାନଙ୍କର ଏକ ବୈଠକ ହୋଇଥିଲା । ଏଥିରେ ମଧ୍ୟ କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ମାନସମନ୍ଥନ ହୋଇଥିଲା । ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
BJP general secretary Golak Mohapatra attended the election management committee meeting | Argus News