Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପି ସରକାରର ୨ ବର୍ଷ ପୂର୍ତ୍ତି, କାଲିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

Odisha

CM Will Review Report Card / ବିଜେପି ସରକାରର ୨ ବର୍ଷ ପୂର୍ତ୍ତି, କାଲିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିଜେପି ସରକାରର ୨ ବର୍ଷ ପୂର୍ତ୍ତି, କାଲିଠୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନେବେ ମୁଖ୍ୟମନ୍ତ୍ରୀ
Report Card

Key Points

ଜୁନ୍ ୧୨ ତାରିଖରେ ବିଜେପି ସରକାର ଦୁଇ ବର୍ଷ ପୁର୍ତ୍ତି
କାଲିଠୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତା କାଲି ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଦେବେ ରିପୋର୍ଟ କାର୍ଡ
ଭୁବନେଶ୍ବର,୦୧.୦୬ : ଆସନ୍ତା ଜୁନ୍ ୧୨ ତାରିଖରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବ୍ୟାପକ ସମୀକ୍ଷା କରାଯିବ । କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଗତ ଦୁଇବର୍ଷରେ କେଉଁ ବିଭାଗ କେତେ କାମ କରିଛି ତାକୁ ନେଇ ମନ୍ତ୍ରୀଙ୍କୁ ରିପୋର୍ଟ ମାଗିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲିଠାରୁ ୯ ତାରିଖ ମଧ୍ୟରେ ସବୁ ବିଭାଗର ରିପୋର୍ଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓଙ୍କ ବିଭାଗର କାର୍ଯ୍ୟ ଉପରେ ହେବ ତର୍ଜମା। ମୁଖ୍ୟମନ୍ତ୍ରୀଙ୍କୁ କେମତି ରିପୋର୍ଟ ଦେବେ ମନ୍ତ୍ରୀ ? କେଉଁ ଫର୍ମାଟରେ ଦେବେ କେଉଁ ତଥ୍ୟ ? ଅର୍ଗସ ହାତରେ ଲାଗିଛି ମନ୍ତ୍ରୀଙ୍କ ରିପୋର୍ଟ କାର୍ଡର ଏକ୍ସକ୍ଲୁସିଭ୍ ଫର୍ମାଟ୍ ।

୧୬ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ମନ୍ତ୍ରୀ

ବିଭାଗୀୟ କାର୍ଯ୍ୟ ପାଇଁ କେଉଁ କେଉଁ ଜିଲ୍ଲା ଗସ୍ତ କରିଛନ୍ତି ?
ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ ପାଇଁ କେତେ ସମୟ ନେଉଛନ୍ତି ?
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମର କିଭଳି ପ୍ରଚାର କରୁଛନ୍ତି ?
ନିଜ ବିଭାଗର କାର୍ଯ୍ୟକ୍ରମ ପାଇଁ କଣ ପ୍ରଶାସନିକ ସଂସ୍କାର ଆଣିଛନ୍ତି ?
ବଜେଟର ଅର୍ଥ କେତେଦୂର ଖର୍ଚ୍ଚ କରିଛନ୍ତି ?
ଅଭିଯୋଗ ଶୁଣାଣି ବେଳେ ଅଭିଯୋଗ ର ସମାଧାନ ପାଇଁ କଣ ପଦକ୍ଷେପ ନେଇଛନ୍ତି ?
ବିଭାଗ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ସହ ମୁଖ୍ୟମନ୍ତ୍ରୀ ଙ୍କୁ କିପରି ସହଯୋଗ କରିଛନ୍ତି ?
ସଙ୍କଳ୍ପ ପତ୍ରରେ ଦିଆଯାଇଥିବା ତଥ୍ୟ ବନାମ ପ୍ରକୃତ ପ୍ରଦର୍ଶନ

ପଢନ୍ତୁ ଏହି ଖବର: ଆଜି ପୁଣି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ,ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି୭ଟି ଥିମ୍ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।

ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବେ । ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି, ତାହା କିଭଳି ଲୋକଙ୍କ ପାଖରେ ପହଁଞ୍ଚିବ ସେନେଇ ଗୁରୁତ୍ବ ଦେଉଛନ୍ତି ବିଜେପି ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Will Review Report Card | BJP Govt 2 Years in Odisha: CM to Review Ministers’ Performance | Argus News