CM Review Meeting / ଆଜି ପୁଣି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ,ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
·3 hours ago·2 min read

Key Points
ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
ଆଇନ ଶୃଙ୍ଖଳା ସମୀକ୍ଷା କରି ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪/୦୫: ଆଜି ପୁଣି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ। ସନ୍ଧ୍ୟା ୫ଟାରେ ବସିବ ବୈଠକ । ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ରହିବେ ଉପସ୍ଥିତ । ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତ ନେଇ ହେବ ସମୀକ୍ଷା । ସବୁ ଜିଲ୍ଲାର ଏସପିଙ୍କ ଭିସି ଜରିଆରେ ଯୋଡି ହେବେ। ଶନିବାର ପଶ୍ଚିମବଙ୍ଗରୁ ଫେରିବା ପରେ ଲୋକ ସେବା ଭବନରେ ଆଇନ ଶୃଙ୍ଖଳା ସମୀକ୍ଷା କରି ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ କହିଥିଲେ । ଆଜି ପୁଣି ଥରେ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତ ୯ ତାରିଖରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଥିଲେ। ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ। କ୍ରାଇମ୍ବ୍ରାଞ୍ଚ ଦ୍ୱାରା ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଘଟଣାର ପୁନରାବୃତ୍ତି ଯେପରି ନ ହୁଏ, ସେଥିପାଇଁ ଡିଜିପିଙ୍କୁ କଡ଼ା ତାଗିଦ୍ କରିଥିଲେ ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍ବ୍ରାଞ୍ଚ୍ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଯନ୍ତ୍ରୀ, ଏକାସାଙ୍ଗେ ଚାଲିଛି ୪ ଜିଲ୍ଲାରେ ରେଡ୍
ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ଓ୍ବାଇ.ବି ଖୁରାନଆ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏଣିକି ପ୍ରତିଦିନ ସକାଳ ୯ଟା ସୁଦ୍ଧା ରାଜ୍ୟର ସମସ୍ତ ଥାନାରେ ବ୍ରିଫି ପରେଡ୍ ଅନୁଷ୍ଠିତ ହେବ ବୋଲି ଡିଜିପି ୱାଇବି ଖୁରାନିଆ କଡ଼ା ନିର୍ଦ୍ଦେଶ ଦେଇଥିଲେ। ନିୟମିତ ଭାବେ ବ୍ରିଫିକୁ ତଦାରଖ କରିବାକୁ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଥାନାରୁ ଅନିୟମିତତାର ଅଭିଯୋଗ ବା ଅବହେଳାର ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ପୋଲିସ ଡିଜି।
ଜାମିନବିହୀନ ପରୱାନା (ଏନ୍ବିଡବ୍ଲ୍ୟୁ)ଗୁଡ଼ିକର ତ୍ବରିତ କାର୍ଯ୍ୟକାରିତା, ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗର୍ତ ଅପରାଧୀଙ୍କ ବିରୋଧରେ ଏସ୍ଏସ୍ଏ ଲାଗୁ କରିବା, ନିଶା କାରବାର ରୋକିବା ପାଇଁ ଜୋର୍ଦାର ଚଢ଼ଉ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ | ହତ୍ୟା ଭଳି ସଂଗିନ ମାମଲାଗୁଡ଼ିକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନିୟମିତ ଭାବେ ତଦାରଖ କରିବେ ବୋଲି ସେ କହିଥିଲେ। ଅଭିଯୁକ୍ତଙ୍କ ଗିରଫଦାରୀ, ଦୃଢ଼ ତଦନ୍ତ ଓ ଦଣ୍ଡାଦେଶକୁ ସୁନିଶ୍ଚିତ କରିବା ଲାଗି ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି | ସେହିପରି ସମସ୍ତ ଥାନା ନା ଅଞ୍ଚଳରେ ବିଟ୍ ପାଟ୍ରୋଲିଂକୁ ଆହୁରି ସକ୍ରିୟ କରିବା, ଜାତୀୟ ରାଜପଥରେ ପାଟ୍ରୋଲିଂ ବୃଦ୍ଧି କରିବା, ଅସଦାଚରଣ ଓ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଅଭିଯାନ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories