Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BJP Govt Two Years Completes / ଓଡ଼ିଶାରେ ବିଜେପି ସରକାରକୁ ପୁରିଲା ୨ ବର୍ଷ, ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ, ୨ ବର୍ଷରେ ସରକାରଙ୍କ କଣ ରହିଛି ଉପଲବ୍ଧି , ସଫଳତାର ଗାଥା କହିବେ ସିଏମ୍

Bikash Mohanty
Browse all articles by Bikash Mohanty
·1 month ago·2 min read
ଓଡ଼ିଶାରେ ବିଜେପି ସରକାରକୁ ପୁରିଲା ୨ ବର୍ଷ, ଆଜିର ଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ, ୨ ବର୍ଷରେ ସରକାରଙ୍କ କଣ ରହିଛି ଉପଲବ୍ଧି , ସଫଳତାର ଗାଥା କହିବେ ସିଏମ୍
BJP

Key Points

ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ
ରାଜ୍ୟରେ ଯେଉଁ ବିଜେପି ଶାସନର ମୂଳଦୁଆ ପଡ଼ିଥିଲା
ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର,୧୨/୦୬: ଓଡ଼ିଶା ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ୨୦୨୪ ଜୁନ୍ ୧୨ ତାରିଖରେ ରାଜ୍ୟରେ ଯେଉଁ ବିଜେପି ଶାସନର ମୂଳଦୁଆ ପଡ଼ିଥିଲା, ଆଜି ତାହା ୨୪ ମାସ ବା ଦୁଇ ବର୍ଷ ପୂର୍ତ୍ତି କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗଠିତ ଏହି ସରକାର ଏକାକୀ ରାଜ୍ୟର ଶାସନ ଭାର ସମ୍ଭାଳିବାର ଦୁଇ ବର୍ଷ ଅତିକ୍ରମ କରିଛି। ଓଡ଼ିଶାରେ ବିଜେପି ସରକାରକୁ ପୂରିଲା ୨ବର୍ଷ। ଏହି ଅବସରରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଦୁଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ନୂତନ ଟିମ୍‌କୁ ସାଥିରେ ନେଇ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡ଼ିଥିଲେ। କ୍ୟାବିନେଟ୍‌ର ଗଠନକୁ ଦେଖିଲେ, ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ନବାଗତ। ଏପରିକି ଅନେକ ମନ୍ତ୍ରୀ ଓ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇ ଏହି ଗୁରୁଦାୟିତ୍ୱ ବହନ କରିଥିଲେ। ଏହି ଅଭିଜ୍ଞତାକୁ ପାଥେୟ କରି ରାଜ୍ୟକୁ ଏକ ନୂତନ ଦିଗ ଦେବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଗତ ୨୪ ମାସ ଭିତରେ ସରକାର ଅନେକ ସଫଳତାର ତାଲିକା ଯୋଡ଼ିଛନ୍ତି, ସେହିପରି ବିଭିନ୍ନ କାରଣ ପାଇଁ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି।ସରକାର ନିଜର ଦୁଇ ବର୍ଷର ଉପଲବ୍ଧିକୁ ଲୋକଙ୍କ ସମ୍ମୁଖରେ ରଖିବାକୁ ପ୍ରସ୍ତୁତି ଚଳାଇଛନ୍ତି।



ଆଜି ରାଜ୍ୟରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରଣ ହେବ । ଏହି ଅବସରରେ ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ ।ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହିବା ସହିତ ଆଗାମୀ ଦିନରେ ନୂଆ ଯୋଜନା ବାବଦରେ ସୂଚନା ଦେବେ । ଏ ସରକାର କିଭଳି ‘ବିକାଶର ଧାରା, ଓଡ଼ିଶା ସାରା’ର ନାରା ଦେଇ ଆଗେଇବ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିବେ । ବିକଶିତ ଓଡ଼ିଶାର ଲକ୍ଷ୍ୟ ପଥରେ ସରକାର ଆଗେଇବା ସହିତ ଜନକଲ୍ୟାଣ ପାଇଁ ସରକାର ସମପି ର୍ତ ରହିବେ । କେମିତି କ’ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସେ ନେଇ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।

ପଢନ୍ତୁ ଏହି ଖବର: ଓଡ଼ିଶାରେ ବଡ଼ ପୁଞ୍ଜିନିବେଶ, ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି

ସେହିପରି ଅପରାହ୍ନ ୪ଟାରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ବିଶେଷ କରି ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଓ ‘ସୁଭଦ୍ରା ଶକ୍ତି ସଂବାଦ’ର ଶୁଭାରମ୍ଭ କରିବେ । ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର୍‌ ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍‌ ପ୍ରଦାନର ଶୁଭାରମ୍ଭ କରିବେ । ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସରୁ ଇନ୍‌ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍‌ଘାଟନ କରିବା ସହିତ ଜୟଦେବ ବିହାର ଓ ନନ୍ଦନକାନନ ନୂଆ ରାସ୍ତାର କାର୍ଯ୍ୟାରମ୍ଭର ଶିଳାନ୍ୟାସ କରିବେ । ଏହା ସହିତ ୟୁନିଟ୍‌ -୨ରେ ୫୭୪ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ‘ଜନାଶ୍ରୟ ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha BJP Government Completes 2 Years | CM Mohan Majhi to Present Achievements | Argus News