Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା

Odisha

ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେପି ସରକାରଙ୍କ ଫୋକସରେ କୋରାପୁଟ, ଶହେ କୋଟିରୁ ଅଧିକ ପ୍ରକଳ୍ପର ହେଲା ସମୀକ୍ଷା

ଅର୍ଗସ ବ୍ୟୁରୋ:  ବିଜେପି ସରକାରର ଫୋକସରେ ଏବେ କୋରାପୁଟ ଜିଲ୍ଲା। ୧୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ସମୀକ୍ଷା । କୋରପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ 650ଶଯ୍ୟା ବିଶିଷ୍ଟ ମେଡିକାଲ ଗୃହ ନିର୍ମାଣ କାର୍ଯ୍ୟ ପରିଦର୍ଶନ କଲେ ଆକାଂକ୍ଷା ଜିଲ୍ଲା ନୋଡାଲ ଅଧିକାରୀ ଚିତ୍ରା ମୁରଙ୍ଗମ। ତାଙ୍କ ସହ ଜିଲ୍ଲାପାଳ କୀର୍ତ୍ତୀ ବାସନ ଭି ମଧ୍ୟ ସାମିଲ । କୋରାପୁଟର ବିକାଶ ପାଇଁ ନୂଆ ସରକାରଙ୍କ ପଦକ୍ଷେପ ଆରମ୍ଭ ।

ସେପଟେ ଜୟପୁରରେ ନିର୍ମାଣଧୀନ ସଦର ମହକୁମା ହସପିଟାଲ, ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଭଦ୍ରା, ପିଏମ କିଷାନ, ସିଏମ କିଷାନ, ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ପେନସନ ପ୍ରଭୃତି ଉପରେ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକ ପରେ ନୋଡାଲ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ନୋଡାଲ ଅଧିକାରୀଙ୍କ ପରିଦର୍ଶନ ସମୟରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJP government's focus on Koraput, review of more than one hundred crore projects | Argus News