Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି

Odisha

ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି

Smruti Parija
Browse all articles by Smruti Parija
·1 year ago·1 min read
ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି

ଅର୍ଗସ ବ୍ୟୁରୋ: ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ। 100 ଦିନର ସରକାରକୁ କହୁଛନ୍ତି, କିନ୍ତୁ 24 ବର୍ଷ କଥାକୁ ଭୁଲି ଯାଉଛନ୍ତି । ନୂଆ ସରକାରଙ୍କ ଦ୍ବାରା କରାଯାଉଥିବା ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁ ହୁଅନ୍ତୁ ନାହିଁ। ନବୀନ ଓଡ଼ିଶାରେ ଦାରିଦ୍ର୍ୟ କମିଥିବା କହୁଛନ୍ତି, ହେଲେ 25 ବର୍ଷରେ ଓଡିଶାକୁ ଲୁଟିଛନ୍ତି ବିଜେଡି ନେତା ମନ୍ତ୍ରୀ। ଚିଟଫଣ୍ଡର ବ୍ରାଣ୍ଡ ଆମ୍ବାସାଡର ସାଜି ଓଡିଶାବାସୀଙ୍କୁ ଲୁଟିଛନ୍ତି । 

ଖଣି ମାଫିଆଙ୍କ ସୁରକ୍ଷା ଦାତା ପାଲଟିଥିଲେ ବିଜେଡି ନେତା।  ସ୍ବାସ୍ଥ୍ୟରେ ବିକାଶ କଥା କହୁଛନ୍ତି, ହେଲେ ଗ୍ରାଉଣ୍ଡରେ ଡାକ୍ତର ନାହାନ୍ତି, ଆମେ ଆୟୁଷ୍ମାନ ଭାରତ ଲାଗୁ କରି ଗୋପବନ୍ଧୁଙ୍କ ନାଁରେ ଯୋଜନା ଆରମ୍ଭ କଲୁ, ନିଜ ବାପାଙ୍କ ନାଁ କଟିଲା ବୋଲି ନବୀନ ବିଳି ବିଳାଉଛନ୍ତି । ଶିକ୍ଷା କଥା କହିଲେ ରାଜ୍ୟରେ 10 ହଜାର ସ୍କୁଲ ବନ୍ଦ କରିବା ଆଉ ଶିକ୍ଷକ ଅଭାବ ନବୀନଙ୍କ ଅବଦାନ। ବିଜେପି ଯାହା କହିଥିଲା ତାକୁ 100 ଦିନରେ ପୂରଣ କରିଛି। 

ସେମାନେ ମହିଳାଙ୍କୁ 5 ଟଙ୍କା ଦେଇନଥିଲେ ବିଜେପି କୋଟିଏରୁ ଅଧିକ ମହିଳାଙ୍କୁ 50 ହଜାର ଟଙ୍କା ଲେଖାଏଁ ଦେବ ବୋଲି କହିଛନ୍ତି ମନୋଜ ମହାପାତ୍ର। ବିଜେଡି ପଦଯାତ୍ରାରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଉପରେ ଆକ୍ରମଣ କରିଥିଲେ, କହିଥିଲେ ମିଛ କଥା କହି ନିର୍ବାଚନ ଜିତି ପାରନ୍ତି କିନ୍ତୁ ହୃଦୟ ନୁହେଁ। ମିଛ କଥା ହେଲା ବିଜେପିର USP। ବିଜେଡି ଲୋକଙ୍କ ହୃଦୟରେ ଅଛି ସବୁବେଳେ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
BJP has given a strong response to Naveen Patnaik's statement | Argus News