Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବିଜେଡିକୁ ପଛରେ ପକାଇ ପ୍ରାର୍ଥୀ ଘୋଷଣାରେ ବିଜେପି ଆଗରେ 

Manini Pattanayak
Browse all articles by Manini Pattanayak
·2 years ago·2 min read
 ବିଜେଡିକୁ ପଛରେ ପକାଇ ପ୍ରାର୍ଥୀ ଘୋଷଣାରେ ବିଜେପି ଆଗରେ 

ଭୁବନେଶ୍ୱର: ବିଧାନସଭା ପାଇଁ ବିଜେପି ଜାରି କରିଛି ଆଉ 21 ଜଣ ପ୍ରାର୍ଥୀଙ୍କ ନାଁ । ୨ଟି ଆସନରେ ବଦଳିଲେ ପ୍ରାର୍ଥୀ । ୧୯ ସିଟ ପାଇଁ ଆସିଲା ନୂଆ ତାଲିକା । 147ରୁ ଆଉ 16ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ ଭାରତୀୟ ଜନତା ପାର୍ଟି ।...  ରାଉରକେଲାରୁ ଦିଲ୍ଲୀପ ରାୟଙ୍କୁ ଟିକେଟ ମିଳିଥିବା ବେଳେ ପାଟଣାରୁ ଅଖିଳ ଚନ୍ଦ୍ର ନାୟକ, ରାଇରଙ୍ଗପୁରରୁ ଜୋଲେନ ବର୍ଦା, ବାଙ୍ଗିରୀପୋଷି ପାଇଁ ସଞ୍ଜାଳି ମୁର୍ମୁ, କରଞ୍ଜିଆ ସିଟରେ ପଦ୍ମଚରଣ ହାଇବ୍ରୁ, ରାଜନଗରରୁ ଲଳିତ ବେହେରା, ବାଲିକୁଦା - ଏରସମାରୁ ସତ୍ୟ ସାରଥି ମହାନ୍ତି, କାକଟପୁରରୁ ବାଇଧର ମଲ୍ଲିକଙ୍କ ସମେତ ୧୯ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆଉ ପୂର୍ବ ଘୋଷିତ ୨ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ରଣପୁର ଆସନ ପାଇଁ ଘୋଷଣା ହୋଇଥିବା ତାପସ ରଞ୍ଜନ ମାର୍ଥାଙ୍କୁ ବଦଳାଇ ପୂର୍ବତନ ମନ୍ତ୍ରୀ ତଥା ୨୦୧୯ର ପ୍ରାର୍ଥୀ ସୁରମା ପାଢୀଙ୍କୁ ଟିକେଟ ଦେଇଛି ଦଳ । ସେହିପରି ପଟ୍ଟାଙ୍ଗୀ ଆସନରେ ଚୈତନ୍ୟ ହନ୍ତାଳଙ୍କୁ ପରିବର୍ତ୍ତନ କରି ଚୈତନ୍ୟ ନନ୍ଦିବାଲିଙ୍କୁ ମିଳିଛି ଟିକେଟ । 

ପରିବର୍ତ୍ତନ ହୋଇଥିବା ୨ଟି ଆସନକୁ ଛା଼ଡିଲେ ୧୯ ଆସନ ମଧ୍ୟରୁ ୧୬ ଜଣ ନୂଆ ମୁହଁଙ୍କୁ ବିଜେପି ମଇଦାନକୁ ଛାଡିଥିବା ବେଳେ ୩ ଜଣଙ୍କୁ ରିପିଟ କରିଛି ଦଳ । ଏହାସହ ତାଲିକାରେ ବିଜେଡି ଛାଡି ବିଜେପିରେ ମିଶିଥିବା ୪ ଜଣ ନେତାଙ୍କୁ ମିଳିଛି ଟିକେଟ । ସେମାନେ ହେଲେ ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ, ଲକ୍ଷ୍ମୀପୁର କୈଳାଶ କୁଲେସିକା, ଚିତ୍ରକୋଣ୍ଡା ଡମ୍ବୁରୁ ସିସା ଓ ବିଷମକଟକ ଆସନରେ ଜଗନ୍ନାଥ ନୁଣ୍ଡରୁକାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ମୋଟ ୧୪୭ ବିଧାନସଭାରୁ ୧୩୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏବେ ଆଉ ୧୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ।   ଦୁଇ ପର୍ଯ୍ୟାୟରେ 64 ନୂଆ ମୁହଁକୁ ଦଳ ମଇଦାନକୁ ଉତାରିଛି। 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP is ahead in the announcement of candidates behind BJD | Argus News