|
logo
Live
Argus News App
GET APP

Argus News - ନୂଆପଡ଼ାରେ ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ

Odisha

Nuapada Election / ନୂଆପଡ଼ାରେ ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ

Ritu Das
Browse all articles by Ritu Das
·4 months ago·2 min read
ନୂଆପଡ଼ାରେ ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ

Key Points

ନୂଆପଡ଼ା ବ୍ୟାଟେଲରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ। ୩୫୪୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି ।
ନୂଆପଡ଼ା ବ୍ୟାଟେଲରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ। ୩୫୪୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ୧୪ଟି ଟେବୁଲରେ ହେବ ୨୬ ରାଉଣ୍ଡ ଗଣତି । ତେବେ ସକାଳ ସାଢ଼େ ୯ଟା ସୁଦ୍ଧା ପ୍ରଥମ ରାଉଣ୍ଡ ଗଣତି ସରିଥିବା ବେଳେ ବିଜେପି ୪୯୦୪ ଭୋଟରେ ଆଗରେ ରହିଛି । ଦ୍ୱିତୀୟ ସ୍ଥାନରେ ବିଜେଡି ୧୩୫୭ ଭୋଟ ସହ ରହିଛି। ଆଉ କଂଗ୍ରେସ ୧୩୦୮ ଭୋଟରେ ତୃତୀୟ ସ୍ଥାନରେ ରହିଛି।

ଏହାସହ ପଢ଼ନ୍ତୁ: ଆଜି ଆସିବ ନୂଆପଡା ରେଜଲ୍ଟ, ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ କାଉଣ୍ଟିଂ ସେଣ୍ଟର

ତେବେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବନ୍ଦୋବସ୍ତ । ସକାଳ ଆଠଟାରୁ ପ୍ରଥମେ ଗଣତି ହୋଇଥିଲା ପୋଷ୍ଟଲ ବାଲାଟ । ସକାଳ ୮ ଟା ୩୦ ମିନିଟରୁ ଆରମ୍ଭ ହୋଇଥିଲା EVM କାଉଣ୍ଟିଂ । ପ୍ରତି ଟେବୁଲରେ ରହିଛନ୍ତି ଜଣେ ଲେଖାଏଁ କାଉଣ୍ଟିଂ ସୁପର ଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବଜରଭର । ଅଧିକାରୀ ଏବଂ ପ୍ରାର୍ଥୀ ମାନଙ୍କର ଏଜେଣ୍ଟ ମାନେ ସକାଳ ୬ଟା ସୁଦ୍ଧା କାଉଁଟିଂ ସେଣ୍ଟରରେ ପହଞ୍ଚିଥିଲେ । ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ ରହିଛି କାଉଁଟିଂ ସେଣ୍ଟର। 

ଏହାସହ ପଢ଼ନ୍ତୁ: ଆଜି ବିହାର ଭୋଟ୍‌ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣିତ କରାଯାଉଛି । ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଛି। ଭୋଟ ପରେ ପ୍ରକାଶିତ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଛି । ନୀତିଶ କୁମାରଙ୍କ ଶାସନ ଏବଂ ତାଙ୍କ ପଦକ୍ଷେପ ଏହି ବିହାର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଏବଂ ପ୍ରଚାର ମଧ୍ୟ ଏନଡିଏର ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ବି ବହୁମତ ମିଳିବା ନେଇ ଦାବି କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nuapada Election: ନୂଆପଡ଼ାରେ ପ୍ରଥମ ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗରେ | Argus News