Police Get Major Clue / ବିଜେପି ନେତାଙ୍କୁ ହତ୍ୟା ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ
·1 month ago·2 min read

Key Points
କଳାହାଣ୍ଡିର ବିଜେପି ନେତାଙ୍କୁ ହତ୍ୟା ମାମଲା
ପୋଲିସକୁ ମିଳିଲା ବଡ଼ ସୁରାକ
୨ ଜଣଙ୍କୁ ଅଟକ ରଖିଛି ପୋଲିସ
ପୋଲିସକୁ ମିଳିଲା ବଡ଼ ସୁରାକ
୨ ଜଣଙ୍କୁ ଅଟକ ରଖିଛି ପୋଲିସ
ଭବାନୀପାଟଣା,୦୬/୦୮: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତା ଫକୀର ରଣାଙ୍କୁ ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସୁରାକ। ଏହି ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ଥିବା ସୁଚନା ମିଳିଛି। ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍ ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି।
ଗତକାଲି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ବୁଧବାର ସନ୍ଧ୍ୟାରେ ଶ୍ରୀ ରଣା ମ.ରାମପୁରରେ ବ୍ୟକ୍ତିଗତ କାମ ସାରି ବାଇକ୍ ଯୋଗେ ନିଜ ଗାଁ ଘରକୁ ଫେରିଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳକୁ କିଛି ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ନେଇ ଛୁରି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଯୋରରେ ଚିତ୍କାର କରିଥିଲେ। ରଣାଙ୍କ ଚିତ୍କାର ଶୁଣି ଆଖପାଖ ଲୋକ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମ.ରାମପୁର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ପଢନ୍ତୁ ଏହି ଖବର: ଲିଭଇନରେ ରହି ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଦନପୁର ରାମପୁର ଥାନା ପୋଲିସ ଓ କେସିଙ୍ଗା ଏସଡିପିଓ ଏହି ଘଟଣାର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଫକୀରଙ୍କର କାହା ସହ ରାଜନୈତିକ ଶତ୍ରୁତା ଥିଲା କି? ବ୍ୟବସାୟିକ ଶତ୍ରୁତା ଥିଲା କି? ପରିବାର ମଧ୍ୟରେ କିଛି ବାଦ ବିବାଦ ଲାଗି ରହିଥିଲା କି? ଠିକା କାମକୁ ନେଇ ଫକୀର ରଣାଙ୍କୁ ହତ୍ୟା ହୋଇଛି କି ? ଏ ସମସ୍ତ ଦିଗକୁ ନେଇ ପୋଲିସ ଛାନବିନ୍ କରୁଛି ପୋଲିସ ।
ପୂର୍ବ ବିବାଦ, ରାଜନୈତିକ ଶତ୍ରୁତା କିମ୍ବା ଠିକା କାମକୁ ନେଇ ଶ୍ରୀ ରଣାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ମ.ରାମପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଶ୍ରୀ ରଣାଙ୍କ ମୃତ୍ୟୁକୁ ନେଇ ଡି.କର୍ଲାଖୁଣ୍ଟାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୋଷୀମାନଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଘଟଣା ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଅତିରିକ୍ତ ପୋଲିସ ମୁତୟନ କରାଯାଇଛି।

Related Topics
Explore more stories