Live In Partner Accused Rape / ଲିଭଇନରେ ରହି ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ

Key Points
ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ
ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ
ଭୁବନେଶ୍ୱର, ୦୨/୦୮: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଛି ଲଭ୍, ସେକ୍ସ ଓ ଧୋକାର ସାଙ୍ଘାତିକ ଅଭିଯୋଗ। ଜଣେ ଷ୍ଟାଫ୍ ନର୍ସଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ସହ ଧୋକା ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ଅଞ୍ଚଳର ଭବତୋଷ ମହାନ୍ତି। ଶନିବାର ଲିଙ୍ଗରାଜ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଷ୍ଟାଫ୍ ନର୍ସ ପ୍ରାୟ ୯ ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଜଣେ ୯ ବର୍ଷର ପୁଅ ମଧ୍ୟ ଅଛି। କୌଣସି ଏକ କଥାକୁ ନେଇ ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା। ଏହା ପରେ ସେ ପୁଅକୁ ଧରି ରାଜଧାନୀ ଭୁବନେଶ୍ୱରକୁ ଚାଲି ଆସିଥିଲେ। ଏଠାରେ ସେ ଷ୍ଟାଫ୍ ନର୍ସ ଭାବେ କାମ କରୁଥିଲେ।
ଏହି ସମୟରେ ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରେ ତାଙ୍କର ଭବତୋଷ ମହାନ୍ତିଙ୍କ ସହ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଅଭିଯୋଗ ଅନୁଯାୟୀ, ପ୍ରାୟ ଏକ ବର୍ଷ ଧରି ଉଭୟେ ଭୁବନେଶ୍ବରରେ ଏକ ଭଡ଼ାଘର ନେଇ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ। ଏହି ସମୟରେ ଭବତୋଷ ବିବାହର ପ୍ରତିଶ୍ରୁତି ଦେଇ ଷ୍ଟାଫ୍ ନର୍ସଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି।
ପଢନ୍ତୁ ଏହି ଖବର: ରାଜଧାନୀରେ ଧରାପଡ଼ିଲା ଧଳା ଜହରର ରାକେଟ୍ , ଯୁବତୀଙ୍କ ସମେତ ୩ ଗିରଫ
ତେବେ କିଛି ଦିନ ପରେ ଷ୍ଟାଫ୍ ନର୍ସ ଭବତୋଷଙ୍କୁ ବିବାହ କରିବାକୁ କହିବାରୁ ସେ ହଠାତ୍ ନିଜ ଗାଁ ବାଲିପାଟଣାକୁ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଏପରିକି ସେ ନିଜ ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେଇଥିବା କୁହାଯାଇଛି। ଏହାପରେ ଷ୍ଟାଫ୍ ନର୍ସ ଭବତୋଷଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
📱 Get Argus News App
✨ଅଭିଯୋଗ ଅନୁସାରେ, ସେଠାରେ ଭବତୋଷଙ୍କ ବାପା ଓ ଭାଇ ତାଙ୍କୁ ଧମକ ଦେଇଥିଲେ। ଏହାପରେ ବାଧ୍ୟ ହୋଇ ଷ୍ଟାଫ୍ ନର୍ସ ଜଣକ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। ଘଟଣାଟି ଓଲ୍ଡ ଟାଉନ ଅଞ୍ଚଳରେ ଘଟିଥିବାରୁ ବାଲିପାଟଣା ଥାନା ପକ୍ଷରୁ ଜିରୋ ଏଫ୍ଆଇଆର୍ ଗ୍ରହଣ କରାଯାଇଥିଲା।
ପରେ ମାମଲାଟି ଲିଙ୍ଗରାଜ ଥାନା ପୋଲିସକୁ ହସ୍ତାନ୍ତର ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଭବତୋଷ ମହାନ୍ତିଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Related Topics
Explore more stories