Videos
|
Odisha

ଦେବୀ ମିଶ୍ରଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କଲେ  ବିଜେପି ନେତା ସମ୍ବିତ ତ୍ରିପାଠୀ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଦେବୀ ମିଶ୍ରଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କଲେ  ବିଜେପି ନେତା ସମ୍ବିତ ତ୍ରିପାଠୀ 

ଭୁବନେଶ୍ୱର:  ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିବାଦରେ ବିଜେଡି ବିଧାୟକ ଦେବୀ ମିଶ୍ର । ଯାହାକୁ ନେଇ ଦେବୀ ମିଶ୍ରଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସମ୍ବିତ ତ୍ରିପାଠୀ ।  ରାମ ମନ୍ଦିର ପ୍ରତିଷ୍ଠା ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ଏତେ ଅସହିଷ୍ଣୁତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏଭଳି ଭାଷାରେ ସମାଲୋଚନା କରିବା କେତେ ଦୂର ଗ୍ରହଣୀୟ ତାହା ଓଡ଼ିଶାବାସୀ ନିଶ୍ଚୟ ନିର୍ଣ୍ଣୟ କରିବେ ବୋଲି ସେ କହିଛନ୍ତି ।

 ସେ ଆହୁରି କହିଛନ୍ତି, ଆମେ ଭୁଲିଯିବା କଥା ନୁହେଁ, ଆମର ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ 5 ଶହ ବର୍ଷର ମାନସିକ ପରାଧିନତା ଥିଲା ତାହାର ଅବସାନ ଘଟିଛି । ଆମେ ନିଜକୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିପାରିଛି । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତ୍ୟାବର୍ତ୍ତନ ଆମ ସମସ୍ତଙ୍କ ପାଇଁ ସଭ୍ୟତା, ସଂସ୍କୃତି ପାଇଁ ଏକ ଗୌରବର ଅଧ୍ୟାୟ । ତେଣୁ ଦେବୀ ବାବୁ ଯାହା କହିଛନ୍ତି ତାହା ତାଙ୍କର ମାନସିକ ବିକୃତିକୁ ପରିଚୟ ଦେଉଛି ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP leader Sambit Tripathy targeted Devi Mishra on social media | Argus News