ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସିଦ୍ଧାନ୍ତ

ଭୁବନେଶ୍ୱର: ପ୍ରେସ୍ ମିଟ୍ କରି ରାଜ୍ୟ ସରକାରଙ୍କ ମିଛ ଭାଷା ପ୍ରୀତିକୁ ନେଇ ଟାର୍ଗେଟ୍ କଲେ ବିଜେପି ନେତା ସିଦ୍ଧାନ୍ତ ମହାପାତ୍ର । ମା, ମାଟି, ମାତୃଭାଷାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ସିଦ୍ଧାନ୍ତ । 25 ବର୍ଷ ହେଲା ଓଡିଆ କହିବାରେ ଅସମର୍ଥ ମୁଖ୍ୟମନ୍ତ୍ରୀ । ଛାମୁଙ୍କୁ ନିର୍ବାଚିତ କରି ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ । କିନ୍ତୁ ସେ ଏବେବି କିଛି କହିବାକୁ ଇଂରାଜୀର ସହାୟତା ନେଉଛନ୍ତି । ଯାହା ପ୍ରତି ଓଡ଼ିଆଙ୍କୁ କଷ୍ଟ ଦେଉଛି ।
ସେପଟେ ପାଣ୍ଡିଆନଙ୍କୁ ନୀଳବର୍ଣ୍ଣ ଶୃଗାଳ କହି ଟାର୍ଗେଟ୍ କଲେ ସିଦ୍ଧାନ୍ତ । ଉତ୍କଳ ଦିବସରେ ଉତ୍କଳ ମଣିଙ୍କ ପୀଠକୁ ଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ହେଲାନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧାନ୍ତ । ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ ହେଲା । ବଡ଼ବଡ଼ ହୋର୍ଡ଼ିଂ ଲାଗିଲା । ଅତୀତର ଅସ୍ତିତ୍ୱ ତ ଠିକ ଅଛି ହେଲେ ବର୍ତ୍ତମାନ ଭାଷାର ସ୍ଥିତି କେଉଁଠି । କାନ୍ତ କବିଙ୍କୁ କଣ୍ଠ କବି କୁହାଯାଉଛି । ଏହାଠୁ କଷ୍ଟକର ସ୍ଥିତି ଆଉ କ'ଣ ।
ଖାଲି ଶାସ୍ତ୍ରୀୟ ଭାଷା ମାନ୍ୟତା ଦେଲେ ହେବନି । ଓଡ଼ିଆ ଭାଷା ପ୍ରଚାର, ପ୍ରସାର, ସୁରକ୍ଷା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । କିନ୍ତୁ ଛାମୁ ଏ ସବୁ କରିବା ଲକ୍ଷ୍ୟରେ ନାହାନ୍ତି ବୋଲି କହିଛନ୍ତି ସିଦ୍ଧାନ୍ତ।
📱 Get Argus News App
✨କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମ ଧରିଛନ୍ତି ସିଦ୍ଧାନ୍ତ ମହାପାତ୍ର । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଦାନ୍ତ ମହାପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...