Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି, ଲୋକେ ଚାହୁଁଥିଲେ ପରିବର୍ତ୍ତନ

Odisha

Nuapada By Election / ୨୦ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି, ଲୋକେ ଚାହୁଁଥିଲେ ପରିବର୍ତ୍ତନ

Banajyotshna Ray
Browse all articles by Banajyotshna Ray
·5 months ago·2 min read
୨୦ ରାଉଣ୍ଡ ସୁଦ୍ଧା ଆଗରେ ବିଜେପି, ଲୋକେ ଚାହୁଁଥିଲେ ପରିବର୍ତ୍ତନ

Key Points

ଲୋକେ ଚାହୁଁଥିଲେ ପରିବର୍ତ୍ତନ
ଯାହାର ପ୍ରତିଫଳନ ନୂଆପଡ଼ା ରେଜଲ୍ଟ
ସରିନି ଗଣତି । ଫଳାଫଳ ଘୋଷଣାକୁ ଅପେକ୍ଷା । ହେଲେ ନୂଆପଡାରେ ଦେଖାଦେଲାଣି ବଡ଼ ପରିବର୍ତ୍ତନ। ୨୦ ରାଉଣ୍ଡ ସୁଦ୍ଧା ଲିଡ କରୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ। ବହୁତ ପଛରେ ଅଛନ୍ତି ବାକି ଦୁଇଟି ଦଳ। ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି। ଜୟ ଢ଼ୋଲକିଆ ବହୁଳ ମାତ୍ରାରେ ବିଜୟ ହାସଲ କରିବେ ବୋଲି ଆଶା କରାଯାଉଥିବାବେଳେ ୨୦ ରାଉଣ୍ଡ ଫଳାଫଳ ମଧ୍ୟ ସମାନ ଦେଖିବାକୁ ମିଳୁଛି।

ସେପଟେ ପ୍ରକାଶ ପାଇଛି ୨୦ ରାଉଣ୍ଡ ଭୋଟ ଗଣତି ଫଳାଫଳ । ୨୦ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୫,୫୯୮ ଭୋଟରେ ଆଗୁଆ ଅଛନ୍ତି । ୯୭,୭୮୯ ଟି ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୨,୧୯୧ ଭୋଟ୍ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୩୦,୪୨୩ ଭୋଟ୍‌। ବିଜେଡିକୁ ପଛରେ ପକାଇ ଆଗରେ କଂଗ୍ରେସ। ରାଜ୍ୟରେ ଧିରେ ଧିରେ କମୁଛି ବିଜେଡିର କ୍ରେଜ।
  
ଏଥିସହ ପଢ଼ନ୍ତୁ: ଦିନେ ରାଜ କରୁଥିଲା ବିଜେଡି, ଆଉ ଏବେ ସତ୍ତା ହରେଇଲା: ୧୯ ରାଉଣ୍ଡରେ ୯୨,୯୪୭ ଖଣ୍ଡ ଭୋଟରେ ବିଜେପି ଆଗରେ

'ନୂଆପଡ଼ା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ । ଶିଳ୍ପ, କଳକାରଖାନା ନାହିଁ, ଜଳସେଚନର ବ୍ୟବସ୍ଥା ହୋଇନି । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । ଏହି ଉପନିର୍ବାଚନ ନୂଆପଡ଼ାବାସୀଙ୍କ ପାଇଁ ଅଗ୍ନିପରୀକ୍ଷା ଥିଲା । ଦୀର୍ଘ ବର୍ଷର ଶାସନରେ ଯେଉଁ ଉନ୍ନତି ସେମାନେ ଦେଖିନଥିଲେ ଦେଢ଼ ମାସରେ ଦେଖିଲେ । ତେଣୁ ବିଜେପିକୁ ବିଶ୍ୱାସ କରି ଭୋଟ ଦେଇଛନ୍ତି । ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି । ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା ପରେ ଦଳ ଶିବିରରେ ଉତ୍ସାହ ଦେଖାଦେଇଛି। ନୂଆପଡ଼ା ନିର୍ବାଚନର ଫଳାଫଳ ଆସୁଛି। ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଜୟ ଢ଼ୋଲକିଆଙ୍କ ପ୍ରତି ଲୋକପ୍ରିୟତା ଦେଖାଦେଲାଣି। ନୂଆପଡାରେ ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍।

ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ତମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ଲିଡ କରୁଛି ବିଜେପି। ଏହାସହ ବିଜେଡିକୁ ପଛରେ ପକାଇଲା କଂଗ୍ରେସ । ନିର୍ବାଚନ ଫଳାଫଳ ପୂର୍ବରୁ ବିଜେଡି ନେତାମାନେ ଯୁକ୍ତି ଦେଇଥିଲେ ଯେ ଭୋଟରମାନେ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ ବିଶ୍ୱାସ ରଖିଛନ୍ତି। ସେମାନେ ଦାବି କରିଥିଲେ ଯେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ ପାଇବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଭୋଟ ଗଣତି ଉପରେ ସବୁକିଛି ଫିକା ପଡ଼ିଛି। ବିଜେଡି ମୁହଁ ବନ୍ଦ ହୋଇଯାଇଛି। ଯେଉଁ ବଡ ବଡ କଥା କହୁଥିଲା ବିଜେଡି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ାଇଛି ବିଜେପି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | BJP Leads After 20 Rounds in Nuapada ByElection | Argus News | Argus News