Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିନେ ରାଜ କରୁଥିଲା ବିଜେଡି, ଆଉ ଏବେ ସତ୍ତା ହରେଇଲା: ୧୯ ରାଉଣ୍ଡରେ ୯୨,୯୪୭ ଖଣ୍ଡ ଭୋଟରେ ବିଜେପି ଆଗରେ

Odisha

Nuapada By Election / ଦିନେ ରାଜ କରୁଥିଲା ବିଜେଡି, ଆଉ ଏବେ ସତ୍ତା ହରେଇଲା: ୧୯ ରାଉଣ୍ଡରେ ୯୨,୯୪୭ ଖଣ୍ଡ ଭୋଟରେ ବିଜେପି ଆଗରେ

Ritu Das
Browse all articles by Ritu Das
·5 months ago·2 min read
ଦିନେ ରାଜ କରୁଥିଲା ବିଜେଡି, ଆଉ ଏବେ ସତ୍ତା ହରେଇଲା: ୧୯ ରାଉଣ୍ଡରେ ୯୨,୯୪୭ ଖଣ୍ଡ ଭୋଟରେ ବିଜେପି ଆଗରେ

Key Points

୧୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୯୨,୯୬୭ ଖଣ୍ଡ ଭୋଟରେ ଆଗରେ ରହିଛି ବିଜେପି। ବିଜେଡି ୨୯,୦୨୬ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ୩୦,୬୩୪ ଖଣ୍ଡ ଭୋଟ ପାଇଛି।
୨୪ବର୍ଷ ଓଡ଼ିଶାରେ ଶାସନ କରିଥିବା ନବୀନ ବାବୁଙ୍କ ସରକାର ଆଜି ଚିତପଟାଙ୍ଗ ହୋଇଛି। ନୂଆପଡ଼ାରେ ଦିନେ ବିଜେଡି ରାଜ୍‌ କରୁଥିଲା ଆଉ ବିଜେଡି ଗଡ଼ରେ ବିଜେପିର କମାଲ ଦେଖିବାକୁ ମିଳିଛି। ୨୦୨୪ ନିର୍ବାଚନରେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ସେତେବେଳେ ବିଜେଡିରୁ ଲଢ଼ି ୬୧୮୨୨ ଖଣ୍ଡ ଭୋଟ୍‌ ପାଇଥିଲେ। ତେବେ ତାଙ୍କର ଦେହାନ୍ତ ପରେ ପୁଅ ଜୟ ବିଜେପିରେ ସାମିଲ ହୋଇ ବିଜେପିରୁ ପ୍ରାର୍ଥୀ ହୋଇ ନୂଆପଡ଼ା ଉପନିର୍ବାଚନ ଲଢୁଛନ୍ତି। ଆଉ ଜନତା ଜନାର୍ଦ୍ଦନ ତାଙ୍କୁ ବିଶ୍ବାସ କରି ବିପୁଳ ଭାବେ ମତଦାନ କରିଛନ୍ତି। ୧୯ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ୯୨,୯୬୭ ଖଣ୍ଡ ଭୋଟରେ ଆଗରେ ରହିଛି ବିଜେପି। ବିଜେଡି ୨୯,୦୨୬ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ୩୦,୬୩୪ ଖଣ୍ଡ ଭୋଟ ପାଇଛି। ଜୟ ଢୋଲକିଆ ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝିଙ୍କ ଠାରୁ ୬୨,୩୧୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଏହାସହ ପଢ଼ନ୍ତୁ: ୧୮ ରାଉଣ୍ଡ: ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍

ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ୬୨,୩୧୩ ଭୋଟରେ ବିଜେପି ପାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି। ଆଗରେ ରହିଛନ୍ତି ଜୟ ଢୋଲକିଆ। ଏତେ ବର୍ଷ ବିଜେଡିକୁ ଜିତଇ ଆସୁଥିବାବେଳେ ହଠାତ ଟ୍ରେଣ୍ଡ ପରିବର୍ତ୍ତନ ହୋଇଛି। ଲୋକେ ବିଜେପିକୁ ଭରସା କରୁଛନ୍ତି। ଏହି ମ୍ୟାଜିକ ନମ୍ବର ଆଜି ପ୍ରମାଣିତ କରୁଛି ବିଜେଡିର ମୁଖିଆଙ୍କୁ ଲୋକେ ଆଉ ବିଶ୍ବାସ କରିବାକୁ ଚାହୁଁନାହାନ୍ତି।
ନୂଆପଡ଼ା ଫଳାଫଳ ଉପରେ ସାରା ରାଜ୍ୟବାସୀଙ୍କ ନଜର। ଆଉ କିଛି ସମୟର ଅପେକ୍ଷା ଆଉ କିଛି ରାଉଣ୍ଡର ଅପେକ୍ଷା। 

ଏହାସହ ପଢ଼ନ୍ତୁ: ନୂଆପଡ଼ା ଉପ-ନିର୍ବଚନରେ ମ୍ୟାଜିକ: ୧୭ ରାଉଣ୍ଡରେ ବିଜେପି ଆଗରେ

ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହୋଇ ଚାଲିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Leads by 92,947 Votes as BJD Loses Power After 19 Rounds | Argus News