Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ଆଗରେ ରହିଛି ବିଜେପି

Odisha

Nuapada By Election / ନବମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ଆଗରେ ରହିଛି ବିଜେପି

Ritu Das
Browse all articles by Ritu Das
·5 months ago·2 min read
ନବମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ଆଗରେ ରହିଛି ବିଜେପି

Key Points

ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ରହିଛି।
ନୂଆପଡ଼ା ଫଳାଫଳ ସରକାର ଉପରେ ସିଧାସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର ରହିଛି। କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦକ୍ଷତାକୁ ପ୍ରମାଣିତ କରିବ। ନବମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି। ନବମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୪୫,୨୫୧ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏହାସହ ବିଜେଡି ୧୪୭୮୪, କଂଗ୍ରେସ ୧୧, ୯୫୭ ଭୋଟ ପାଇଥିବା ଜଣାପଡ଼ିଛି। ନୂଆପଡ଼ାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି।

ଏହାସହ ପଢ଼ନ୍ତୁ: ବିହାର ନିର୍ବାଚନ: ସରିଲା ୨ ଘଣ୍ଟାର ଭୋଟ୍‌ ଗଣତି, ଜାଣନ୍ତୁ କେଉଁ ଦଳ...କେତେ ଆସନରେ ଆଗୁଆ

ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ଟ୍ରେଣ୍ଡ କରୁଛି ବିଜେପି। ଆଗରେ ରହିଛନ୍ତି ଜୟ ଢୋଲକିଆ। ଆଜି ଆସିବ ନୂଆପଡ଼ା ଜନାଦେଶ । କିଏ ଜିତିବ ବାଜି, କାହାର ରହିବ ଦବ୍‌ଦବା, ତାହାକୁ ନେଇ ଜନତାଙ୍କ ରହିଛି ନଜର । ମୋଟ ୨୬ ରାଉଣ୍ଡରେ ଭୋଟ ଗଣତି ପ୍ରକ୍ରିୟା ହେବ । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଜିତିବା ନେଇ ଆଶାବାଦୀ ଅଛନ୍ତି।

ଏହାସହ ପଢ଼ନ୍ତୁ: ଅଷ୍ଟମ ରାଉଣ୍ଡ: ବିଜେପି ପ୍ରାର୍ଥୀ ୨୮,୮୮୮ ଭୋଟରେ ଆଗୁଆ

ଏଥର ନୂଆପଡ଼ା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି । ୮୩.୪୫ ପ୍ରତିଶତ ମତଦାନ କରିଛନ୍ତି ଭୋଟରମାନେ । ଏଥର ନୂଆପଡ଼ାରେ ଭୋଟରମାନେ ସବୁ ଆକଳନକୁ ଭୁଲ୍ ସାବ୍ୟସ୍ତ କରି ପାରନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ତୁଳନାରେ ଏଥର ଏଠାରେ ଅଧିକ ଭୋଟିଂ ହୋଇଛି । ୨୦୨୪ ଅପେକ୍ଷା ଏଠାରେ ୨୫ ହଜାର ଅଧିକ ମତ ସାବ୍ୟସ୍ତ କରିଛନ୍ତି ଭୋଟରମାନେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Leads in Nuapada After Ninth Round of Counting | Argus News