Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧାନ କ୍ୱିଣ୍ଟାଲ 31ଶହ ପ୍ରତିଶ୍ରୁତି ନେଇ ଆଗେଇଲା ବିଜେପି

Odisha

ଧାନ କ୍ୱିଣ୍ଟାଲ 31ଶହ ପ୍ରତିଶ୍ରୁତି ନେଇ ଆଗେଇଲା ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଧାନ କ୍ୱିଣ୍ଟାଲ 31ଶହ ପ୍ରତିଶ୍ରୁତି ନେଇ ଆଗେଇଲା ବିଜେପି
  • ଧାନ କ୍ୱିଣ୍ଟାଲ 31ଶହ ପ୍ରତିଶ୍ରୁତି ନେଇ ଆଗେଇଲା ବିଜେପି
  • ଧାନରେ କେନ୍ଦ୍ର ବଢାଇଲା 117 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ
  • ବାକି 800 ଟଙ୍କାର ବୋନସ୍ ଦେଇ ପ୍ରତିଶ୍ରୁତି ପୂରା କରିବ ରାଜ୍ୟ
  • ବିଜେପି ସରକାରଙ୍କ ନୂଆ ନୀତି ବଢାଇବ ଚାଷୀଙ୍କ ରୋଜଗାର
  • ପୂର୍ବରୁ ବୋନସ୍ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇଥିଲେ ବିଜେଡି ସରକାର
  • ଏବେ ପୁଣି ଏମଏସପି ପ୍ରସଙ୍ଗରେ ବିଭ୍ରାନ୍ତ କରିବାକୁ ବିଜେଡିର ଉଦ୍ୟମ

ଅର୍ଗସ ବ୍ୟୁରୋ:  ନିଜେ ଶାସାନରେ ଥିବା ବେଳେ ମାତ୍ର 100 ଟଙ୍କାର ବୋନସ ପ୍ରତିଶ୍ରୁତି ଦେଇ ପୂରା କରିପାରିନଥିଲା ବିଜେଡି। ଏବେ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା 31ଶହ ଦେବାନେଇ ବିଜେପି ସରକାର ଆଗକୁ ବଢୁଥିବା ବେଳେ ବିଭ୍ରାନ୍ତ ସୃଷ୍ଟି ପାଇଁ ବିଜେଡି ନେତାଙ୍କ ଉଦ୍ୟମ। ବୁଧବାର କେନ୍ଦ୍ର ସରକାର ଧାନ ସମେତ 14ଟି ଶସ୍ୟର ଏମଏସପି ବୃଦ୍ଧି କରିଛନ୍ତି। ଯେଉଁଥିରେ ଖରିପ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 117 ଟାଙ୍କା ବଢାଇବା ନେଇ ଘୋଷଣା କିରଛନ୍ତି ମୋଦି ସରକାର। ଏଥିସହ ଧାନର ଏମସପି 2300 ଟଙ୍କାର ପହଞ୍ଚିଛି। ନିଜ ନିର୍ବାଚନୀ ଇସ୍ତାହାରରେ ଧାନ କ୍ବିଣ୍ଟାଲ ପିଛି କ୍ରୟ ମୂଲ୍ୟ 31 ଶହ କରିବାକୁ  ପ୍ରତିଶ୍ରୁତି ଦେଇଥିଲା ବିଜେପି। ଦାୟିତ୍ବ ନେବା ପରେ ପ୍ରଥମ କ୍ୟାବିନେଟରେ ସମୃଦ୍ଧ କୃଷକନୀତି ଲାଗୁ କରିବା ଉପରେ ମୋହର ଲଗାଇଛନ୍ତି ବିଜେପି ସରକାର। ଏପରିକି ବରଗଡ଼ କିଶାନ ସମ୍ମାନ ଉତ୍ସବରେ ମଧ୍ୟ ଏହି ପ୍ରତିଶ୍ରୁତି ଶୀଘ୍ର ପୂରଣ ହେବ ବୋଲି ଦୋହରାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି।

ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ। 25 ବର୍ଷ କ୍ଷମତାରେ ରହବା ସତ୍ତ୍ବେ ଚାଷୀ ରୋଦଗାର ବଢାଇବା ନେଇ କୌଣସି ପଦକ୍ଷେପ ନେଲେ ନାହିଁ ବିଜେଡି ସରକାର। ଆଉ ଏବେ ଧାନ କ୍ବିଣ୍ଟାଲ ପିଛା 31ଶହ ଟଙ୍କା ଦେବାକୁ ବିଜେପି ସରକାର ଅଗ୍ରସର ହେଉଥିବା ବେଳେ ଏହାକୁ ନେଇ ବ୍ୟକ୍ ଫୁଟରେ ବିଜୁ ଜନତା ଦଳ। ଏପରିକି ନିର୍ବାଚନ ସମୟରେ ବିଜେଡିର ନମ୍ବର ଟୁ ଷ୍ଟାର ପ୍ରଚାରକ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ୍ କଟାକ୍ଷ କରି କହିଥିଲେ ବିଜେପି ଇସ୍ତାହାରରେ ଦେଇଥିବା ପ୍ରତିଶ୍ରତି ପୂରଣ କଲେ ଓଡ଼ିଶା 25 ବର୍ଷ ପଛକୁ ଚାଲିଯିବ।

ତେବେ ବିଶେଷଜ୍ଞଙ୍କ ମତ ଓଡ଼ିଶା ସରକାର ପ୍ରତିବର୍ଷ ବଜେଟର 10ରୁ 15 ପ୍ରତିଶତ ଖର୍ଚ୍ଚ କରିପାରୁନଥିଲେ। ସେହି ବଳକା ଅର୍ଥରେ କ୍ବିଣ୍ଟାଲ ପିଛା 31ଶହ ମୂଲ୍ୟରେ ଧାନ କିଣିବାରେ କୌଣସି ସମସ୍ୟା ହେବ ନାହିଁ। ମୋଦି ସରକାରଙ୍କ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ବ 10 ଗୁଣା ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପାଇଁ ସମ୍ବଳର ଅଭାବ ନାହିଁ। ତେବେ ଇଚ୍ଛା ଶକ୍ତି ଅଭାବରୁ ନିଜେ ଘୋଷଣା କରିଥିବା 100 ଟଙ୍କା ବୋନସ୍ ମଧ୍ୟ ଚାଷୀଙ୍କୁ ଦେଇପାରିନଥିଲେ ବିଜେଡି ସରକାର। ଆଉ ଏବେ ଯେତେବେଳ ବିଜେପି ସରକାର ନିଜ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା 31ଶହ ମୂଲ୍ୟ ଦେବାକୁ ଆଗକୁ ବଢୁଛି ବିଜୁ ତନତା ଦଳ ଏହାକୁ ହଜମ କରିପାରୁନାହିଁ। ନିଜ ସରକାରର ବିଫଳତା ଲୁଚାଇବାକୁ ଏମଏସପି ପ୍ରସଙ୍ଗରେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି ବିଜୁ ଜନାତା ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus Whatsapp Channel Mobile Top
Sponsored
BJP led by promising 31 hundred quintals of grain | Argus News