Videos
|
Odisha

ବିଜେପି ହାତକୁ ଯାଇପାରେ ୬୭ ସିଟ୍‍, ବିଜେଡିର ସିଟ ସଂଖ୍ୟା ୬୯କୁ କମିପାରେ

Smruti Parija
Browse all articles by Smruti Parija
·2 years ago·2 min read
ବିଜେପି ହାତକୁ ଯାଇପାରେ ୬୭ ସିଟ୍‍, ବିଜେଡିର ସିଟ ସଂଖ୍ୟା ୬୯କୁ କମିପାରେ

ଅର୍ଗସ ବ୍ୟୁରୋ: ରାଷ୍ଟ୍ରୀୟ ଗଣମାଧ୍ୟମରେ ଓଡିଶାରେ ବିଜେପିର ଗ୍ରାଫ୍ ଉପରକୁ ଉଠିବା ନେଇ ଚର୍ଚ୍ଚା । ପ୍ରମୁଖ ଗଣମାଧ୍ୟମ ଇଣ୍ଡିଆ ଟୁଡେ ସାମ୍ନାକୁ ଆଣିଛି ବିଜେପିର ଭୋଟ ପ୍ରତିଶତ ବଢିବା ଓ ବିଜେଡିର କମିବା ଆଧାରରେ କେତେ ସିଟି କାହାର ହେବ ଆକଳନ କରିଛି । ରିପୋର୍ଟ ଅନୁସାରେ ନିର୍ବାଚନରେ ଯଦି ୫ ପ୍ରତିଶତ ଅଧିକ ଭୋଟ ବିଜେପି ସପକ୍ଷରେ ଯାଏ ତେବେ ବିଧାନସଭା ସିଟରେ ବଡ ପରିବର୍ତ୍ତନ ଆସିବ । ବିଜେପିକୁ ୬୭ଟି ସିଟ୍ ମିଳିପାରେ ।  ପାଞ୍ଚ ପ୍ରତିଶତ ବିଜେଡିର ଭୋଟ କମିଲେ ବିଧାନସଭା ସିଟ୍ ସଂଖ୍ୟା ୬୯କୁ ଖସି ଆସିବ । 

ଯେତେବେଳେ କି ଦଳ ଏକାକୀ ସରକାର ଗଠନ କରିବାକୁ ଆଉ ସମର୍ଥ ହୋଇପାରିବନି । ଝୁଲା ବିଧାନସଭା ହୋଇପାରେ । କଂଗ୍ରେସକୁ ୧୧ଟି ବିଧାନସଭା ସିଟ୍ ମିଳିବ ବୋଲି ଆକଳନ ହୋଇଛି । ଯଦି ବିଜେପି ସପକ୍ଷରେ ୩ ପ୍ରତିଶତ ଅଧିକ ଭୋଟ ଆସେ ଦଳକୁ ୪୮ଟି ଆସନ ମିଳିବ । ବିଜେଡିର ୩ ପ୍ରତିଶତ ଭୋଟ କମିଲେ ବିଧାନସଭା ସିଟ୍ ସଂଖ୍ୟା ୮୮କୁ ଖସିଯିବ ।  କଂଗ୍ରେସ ୧୧ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଛି । 

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୧୧୩, ବିଜେପି ୨୩ ଓ କଂଗ୍ରେସ ୯ଟି ସିଟ୍ ପାଇଥିଲେ । ଯଦି ଲୋକସଭାରେ ବିଜେପି ୨୦୧୯ ତୁଳନାରେ ୩ ପ୍ରତିଶତ ଅଧିକ ଭୋଟ ପାଏ ତେବେ ବିଜେପି ୧୩ଟି ସିଟ୍ ଅକ୍ତିଆର କରିବ । ଅନ୍ୟପକ୍ଷରେ ୩ ପ୍ରତିଶତ ଭୋଟ୍ କମ୍ ପାଇଲେ ବିଜେଡିର ଲୋକସଭା ସଦସ୍ୟ ସଂଖ୍ୟା ୭କୁ ଖସିଯିବ । କଂଗ୍ରେସ ପୂର୍ବଭଳି ଗୋଟିଏ ସିଟ୍ ପାଇବ । ସେହିପରି ଯଦି ବିଜେପି ସପକ୍ଷରେ ଅଧିକ ୫ପ୍ରତିଶତ ଭୋଟ ଆସେ ତେବେ ବିଜେପିର ଲୋକସଭା ସିଟ୍ ୧୫ରେ ପହଞ୍ଚିବ । ବିଜେଡି ୫ପ୍ରତିଶତ କମ ଭୋଟ ପାଇଲେ ଦଳକୁ ମାତ୍ର ୫ଟି ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡିବ । 

୨୦୧୯ ଲୋକସଭାରେ ବିଜେଡି ୧୨, ବିଜେପି ୮ ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିଥିଲା ।  ବିଜେପିକୁ ରେକର୍ଡ ୩୯ପ୍ରତିଶତ ଭୋଟ ମିଳିଥିଲା ବେଳେ ବିଜେଡିକୁ ୪୩ ପ୍ରତିଶତ ଭୋଟ ମିଳିଥିଲା । ଏପରିକି ଦୁଇ ଦଳ ମଧ୍ୟରେ ୧୫ଟି ସିଟରେ କଡା ଟକ୍କର ହୋଇଥିଲା । ଏଥର ବିଧାନସଭାରେ ୭୫ ଓ ଲୋକସଭା ନିର୍ବାଚନରେ ବିଜେପି ୧୬ଟି ସିଟ୍ ପାଇବ ବୋଲି କେନ୍ଦ୍ରୀୟ ନେତା ମାନେ ଦୃଢୋକ୍ତି କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

BJP may get 67 seats, BJD number of seats may decrease to 69 | Argus News