Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭୋଟରଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡିର ଯୋଜନା

Odisha

ଭୋଟରଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡିର ଯୋଜନା

Jitendra Dash
Browse all articles by Jitendra Dash
·2 years ago·1 min read
ଭୋଟରଙ୍କୁ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡିର ଯୋଜନା

ଅର୍ଗସ ବ୍ୟୁରୋ : ଅପରାଧିଙ୍କୁ ଧରି ପ୍ରଚାର କରୁଛନ୍ତି ଅନନ୍ତ ଜେନା । ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ ଓ ଭୟଭୀତ କରି ନିର୍ବାଚନ ଜିତିବାକୁ ବିଜେଡି ଯୋଜନା କରିଛି ।  ହାରିବା ଭୟରେ ଭୟଭୀତ ହୋଇଯାଇଛି ବିଜେଡି । ବିଜେପି କର୍ମୀ ଓ ଭୋଟରଙ୍କୁ ଆକ୍ରମଣ କରୁଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ଵର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । 

ଗତକାଲି ୟୁନିଟ 6 ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ କର୍ପୋରେଟରଙ୍କ ସ୍ବାମୀ ତଥା ବିଜେଡି ନେତା ମଧୁ ରେଡ୍ଡୀ ଓ ଲିଙ୍ଗା ନାମକ ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ଏବଂ ପ୍ରଚାର ବନ୍ଦ କରିବାକୁ ମଧ୍ୟ କହିଥିଲେ । ଜାତିଆଣ ମନ୍ତବ୍ୟ ଦେଇ ମାଡ଼ ମାରିଲେ । ଅଭିଯୋଗ କରିବାରୁ ପୋଲିସ ଉଭୟ ପକ୍ଷକୁ ଗିରଫ କରାଯିବବୋଲି କହିଥିଲା ।  ଅର୍ଥାତ ପୋଲିସ ବିଜେଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୋଲିସ ସହାୟତାରେ ନିର୍ବାଚନ ଜିତିବାକୁ ବିଜେଡି ରଣନୀତି କରୁଛି । ମଧୁ ରେଡ୍ଡୀଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଅଛି । ଯେଉଁ ବନ୍ଧୁକକୁ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଛନ୍ତି ମଧୁ ରେଡ୍ଡୀ । ନୟାପଲ୍ଲୀରେ କିଛି ଦିନ ପୂର୍ବରୁ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିଲା । ନିର୍ବାଚନ ହିଂସା ଓ ଆକ୍ରମଣ ରାଜନୀତିରୁ ବିଜେଡି ବାଦ ରହୁ ବୋଲି ଚେତାବନି ଦେଇଛି ବିଜେପି ।

Sponsored
BJP MLA candidate Jagannath Pradhan Press Meet | Argus News