Videos
|
Odisha

  ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା 

Manini Pattanayak
Browse all articles by Manini Pattanayak
·1 year ago·1 min read
  ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା 

ଭୁବନେଶ୍ୱର:  ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ।  ବିଜେପି ସରକାର ଆସିବା ପରେ ନଡ୍ଡାଙ୍କ ଏହା ହେଉଛି ପ୍ରଥମ ସାଂଗଠନିକ ଗସ୍ତ । ସଦସ୍ୟତା ଅଭିଯାନ ସହ ଜନ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଟିଂ କରିବେ ନଡ୍ଡା । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ  ଏଜି ଛକ ଠାରେ ଥିବା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିବେ ।

ଏହାପରେ ସଦସ୍ୟତା ଅଭିଯାନ ନେଇ କିଛି ପ୍ରମୁଖ ବ୍ୟକ୍ତିଙ୍କ ସହ ଘଣ୍ଟାଏ ଧରି ଏକ ଆଲୋଚନାଚକ୍ରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମାଜର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ଯୁବ ବର୍ଗଙ୍କ ସମେତ କିଛି ବିଶେଷ ବର୍ଗ ସେଠାରେ ସାମିଲ ହେବେ । ରାଜ୍ୟ ବିଜେପି କାର୍ଯ୍ୟଳୟରେ ବିଧାୟକ, ମନ୍ତ୍ରୀ, ସାଂସଦ ଓ ରାଜ୍ୟ ପଦାଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେବେ ନଡ୍ଡା । ଦଳ ରାଜ୍ୟରେ ୧ କୋଟି ସଦସ୍ୟ ସଂଗ୍ରହର ଲକ୍ଷ୍ୟ ରଖିଥିବା ବେଳେ ନଡ୍ଡାଙ୍କ ଗସ୍ତ ଏହାକୁ ବଳ ଦେବ ବୋଲି କହିଛି ବିଜେପି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP National President JP Nadda is on a daily visit to Odisha | Argus News