Videos
|
Odisha

ଓଡ଼ିଶା ଉପରେ ବିଜେପିର ଫୋକସ, ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

Banajyotshna Ray
Browse all articles by Banajyotshna Ray
·2 years ago
ଓଡ଼ିଶା ଉପରେ ବିଜେପିର ଫୋକସ, ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଅର୍ଗସ ବ୍ୟୁରୋ:  ଓଡ଼ିଶା ଉପରେ ବିଜେପିର ଫୋକସ । ଅମିତ ଶାହଙ୍କ ପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କର ବ୍ରହ୍ମପୁର ଓ ନବରଙ୍ଗପୁରରେ କାର୍ଯ୍ୟକ୍ରମ ରହିଛି । 28ରେ ବ୍ରହ୍ମପୁରରେ ସାଧାରଣ ସଭାରେ ଯୋଗଦେବା ସହ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତା ବୈଠକରେ ମଧ୍ୟ ସାମିଲ୍ ହେବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁର ନିର୍ବାଚନ ସଭାରେ ରଣ ହୁଙ୍କାର ଦେଇଥିଲେ । ପରୋକ୍ଷରେ ସିଧା ଆଟକ୍ କରି ଓଡ଼ିଶାରୁ ନବୀନ ସରକାରକୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ । ଆଉ ଏବେ ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପିକୁ ଆହୁରି ବଳ ଦେବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP National President JP Nadda To Visit Odisha | Argus News