ଓଡ଼ିଶା ପ୍ରଚାର ମଇଦାନରେ ବିଜେପିର ହେଭିଓ୍ବେଟ୍

Key Points
ତାମିଲ ଶାସନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାର ଉପରେ ଜୋରଦାର ଆକ୍ରମଣ
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂଙ୍କ ମେଗା ରୋଡ଼ ସୋ
10 ବର୍ଷରେ ଓଡ଼ିଶାକୁ ମୋଦି ଦେଇଛନ୍ତି 18 ଲକ୍ଷ କୋଟି
ଗିରିରାଜ କହିଲେ ଲୋକଙ୍କ ଟଙ୍କା ଲୁଟ୍ କରିଛି ବିଜେଡି
ଭୁବନେଶ୍ୱର: ଓଡ଼ିଶା ପ୍ରଚାର ମଇଦାନରେ ବିଜେପିର ହେଭିଓ୍ବେଟ୍ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମାରାଥନ୍ କ୍ୟାମ୍ପେନ୍...ତାମିଲ ଶାସନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ସରକାର ଉପରେ ଜୋରଦାର ଆକ୍ରମଣ...ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂଙ୍କ ମେଗା ରୋଡ଼ ସୋ...10 ବର୍ଷରେ ଓଡ଼ିଶାକୁ ମୋଦି ଦେଇଛନ୍ତି 18 ଲକ୍ଷ କୋଟି...ଗିରିରାଜ କହିଲେ ଲୋକଙ୍କ ଟଙ୍କା ଲୁଟ୍ କରିଛି ବିଜେଡି.।
ଜମୁଛି ନିର୍ବାଚନୀ ମାହୋଲ। କମ୍ପୁଛି ପ୍ରଚାର ମଇଦାନ। ଓଡ଼ିଶାରେ ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପେନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଆଜି ରାଜ୍ୟର 4ଟି ସ୍ଥାନରେ କରିଛନ୍ତି ବିଶାଳ ନିର୍ବାଚନୀ ସଭା। ଜନତାଙ୍କୁ ସମ୍ବୋଧନ କରି ନଡ୍ଡା ପ୍ରଶ୍ନ କରିଛନ୍ତି ଓଡ଼ିଶାରେ ଶାସନ କିଏ କରୁଛି ? କ'ଣ ଓଡ଼ିଶାର କେହି ନାହିଁ ? ରାଜ୍ୟରେ କ'ଣ ଶାସନ କରିବେ ତାମିଲନାଡୁର ଲୋକେ ? କିଏ ଚୋରାଇ ନେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ? ଏ ପ୍ରସଙ୍ଗରେ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ନଡ୍ଡା। କହିଛନ୍ତି ଏମିତି ଲୋକକୁ ରାଜ୍ୟରେ ରହିବାକୁ ଦେବେ କି ଓଡ଼ିଶାବାସୀ ? ମୟୂରଭଞ୍ଜ କରଞ୍ଜିଆ, ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି, ଯାଜପୁର ବଡ଼ଚଣା ଓ ଜଗତସିଂହପୁର ଏରସମାରେ ସଭା କରି ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିଛନ୍ତି ଜେ. ପି ନଡ୍ଡା। ଦମ୍ଭୋକ୍ତି କରିଛନ୍ତି ଓଡ଼ିଶାରେ ନିଶ୍ଚିତ ହେବ ବିଜେପି ସରକାର। ନବୀନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି ଓଡ଼ିଶାବାସୀ।
ସେପଟେ ସମ୍ବଲପୁରରେ ମାରାଥନ ପ୍ରଚାର କରିଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ୍ ସିଂ। ଭୂତାପଡ଼ାରୁ ସୁନାପାଲି ପର୍ଯ୍ୟନ୍ତ ରୋଡ଼ ସୋ କରିଛନ୍ତି। ପୁଣି କ୍ଷେତରାଜପୁର, ହୀରାକୁଦ, ବୁର୍ଲାରେ ବି କରିଛନ୍ତି କ୍ୟାମ୍ପେନ୍। ବିଜେଡି ସରକାରକୁ ଲୁଟେରା କହି କରିଛନ୍ତି ଟାର୍ଗେଟ୍। ଗତ 10 ବର୍ଷରେ ଓଡ଼ିଶାକୁ 18 ଲକ୍ଷ କୋଟି ଦେଇଛନ୍ତି ନରେନ୍ଦ୍ର ମୋଦି। କିନ୍ତୁ ଲୋକଙ୍କ ଟଙ୍କା ଲୁଟ୍ କରିଛି ବିଜେଡି। ନଡ୍ଡା, ଗିରିରାଜଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ରାଜ୍ୟରେ ଏକାଧିକ ସ୍ଥାନରେ କରିଛନ୍ତି ପ୍ରଚାର।
ଅଧିକ ପଢନ୍ତୁ ଓଡ଼ିଶା ଖବର