Videos
|
Odisha

BJP National President / ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ବିଜେପି ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ।

Bikash Mohanty
Browse all articles by Bikash Mohanty
·3 months ago·2 min read
ଭୁବନେଶ୍ବରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ବିଜେପି ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ।
Nitin Naveen

Key Points

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୀତିନ ନବୀନ
ଦଳର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ନୀତିନ
ଭୁବନେଶଶ୍ବର, ୧୮/୦୫: ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସହ ପ୍ରଭାରୀ  ଲତା ଉସେଣ୍ଡି, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି ସିଂଦେଓ ସ୍ବାଗତ କରିଥିଲେ। ଦଳୀୟ କାର୍ଯ୍ୟାଳୟରେ ଦଳର କୋର କମିଟି ବୈଠକରେ ଯୋଗ ଦେଇଛନ୍ତି ନୀତିନ ନବୀନ।

କୋର କମିଟି ବୈଠକ ପରେ ଜଟଣୀ ଠାରେ ଭୁବନେଶ୍ୱର ଜିଲ୍ଲା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଜଟଣୀ ପ୍ରଶିକ୍ଷଣ ଶିବିର ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେବେ ନିତିନ।  ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଭିନ୍ନ ମୋର୍ଚ୍ଚା ସଭାପତି, ମନ୍ତ୍ରୀ ଓ ସାଂସଦଙ୍କ ବୈଠକରେ ଯୋଗଦେବେ ବୋଲି ସୂଚନା ମିଳିଛି । ବିଜେପି ଆସନ୍ତା ୧୦୦ ବର୍ଷ ପାଇଁ ତାର ପ୍ରସ୍ତୁତି କରୁଛି । ଏଥିପାଇଁ ସବୁ କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଆସି ସମସ୍ତଙ୍କୁ ସୁଶାସନ ମନ୍ତ୍ର ଦେବେ ବୋଲି ବିଜେପିର ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି ।

ପଢନ୍ତୁ ଏହି ଖବର: ପଞ୍ଚାୟତ ଦଖଲ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ; ଅକଳରେ କଂଗ୍ରେସ, ବିଜେଡି

ରବିବାର ରାତି ୧୦ଟା ୪୦ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ବିମାନବନ୍ଦରରେ ପହଞ୍ଚିବା  ପରେ ତାଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,  ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ା,ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ସମେତ ବିଜେପିର ବରିଷ୍ଠ ନେତା ବିମାନବନ୍ଦରରେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ନିକଟରେ ବିଜେପି ପଶ୍ଚିମବଙ୍ଗ ଓ ଆସାମରେ ବଡ଼ ବିଜୟ ପାଇଛି। ଏଣୁ ପଞ୍ଚାୟତ ଓ ଆଗାମୀ ପୌର ନିର୍ବାଚନ ଦଳ କିଭଳି ବଡ଼ ବିଜୟ ପାଇବ, ସେଥିପାଇଁ ସେ ରଣନୀତି କରିବା ସହ ମନ୍ତ୍ର ଦେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୀତିନ ନବୀନ ମାତ୍ର ୪୫ ବର୍ଷ ବୟସରେ ଦାୟିତ୍ୱ ଗ୍ରହଣ କରି ବିଜେପି ଇତିହାସରେ ସବୁଠାରୁ କନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ଗୌରବ ଅର୍ଜନ କରିଛନ୍ତି ।
ସେ ବିହାରର ବାଙ୍କିପୁର ବିଧାନସଭା ଆସନରୁ କ୍ରମାଗତ ୫ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ବିହାର ସରକାରରେ ସେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏବେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।