Odisha Politics / ପଞ୍ଚାୟତ ଦଖଲ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ; ଅକଳରେ କଂଗ୍ରେସ, ବିଜେଡି
·1 hour ago·2 min read

Key Points
- ବିଜେପିର ପଞ୍ଚାୟତ ପ୍ରସ୍ତୁତି
- ସଂସଦୀୟ କ୍ଷେତ୍ର ୱାରୀ ସମୀକ୍ଷା କରୁଛି ଦଳ
- ଟାସ୍କ ଦେଉଛନ୍ତି ରାଜ୍ୟ ସଭାପତି ଆଉ ସଂଗଠନ ମନ୍ତ୍ରୀ
ଭୁବନେଶ୍ଵର: ପଞ୍ଚାୟତ ପାଇଁ ସମର ସଜ୍ଜା । ନିର୍ବାଚନ ପୂର୍ବରୁ ଜିଲ୍ଲା ସଂଗଠନକୁ ଶକ୍ତିଶାଳୀ କରିବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ । ସଂସଦୀୟ କ୍ଷେତ୍ର ୱାରୀ ଚାଲିଛି ମାନସ ମନ୍ଥନ । ବିଧାୟକ, ସାଂସଦଙ୍କ ସହ ବୈଠକ କରି ଟାସ୍କ ଦେଉଛନ୍ତି ସଭାପତି । ସେପଟେ ବୁଥ ସ୍ତରରୁ ପଞ୍ଚାୟତ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଥିବା କହିଛି । କିନ୍ତୁ ବିଜେଡି ପାଇଁ ମୁଣ୍ଡବିନ୍ଧା ହୋଇଛି ପଞ୍ଚାୟତ ପ୍ରତିନିଧି ମୁହଁ ଫେରାଇବା ।
ରାଜ୍ୟରେ ଏକାକୀ କ୍ଷମତାକୁ ଆସିବା ପରେ ଏବେ ପଞ୍ଚାୟତ ଦଖଲ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ପ୍ରଭାରୀ ମାନଙ୍କୁ ଡାକି ଆଲୋଚନା କରୁଛନ୍ତି ରାଜ୍ୟ ସଭାପତି ଆଉ ସଂଗଠନ ସମ୍ପାଦକ । ବୁଥ୍କୁ ଫୋକସ୍ କରି ସମସ୍ତ କମିଟି ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାକି ଥିବା ବିକାଶ ମୂଳକ କାମ ସାରିବାକୁ ମଧ୍ୟ କୁହାଯାଇଛି ।
ଏଥିସହ ପଢ଼ନ୍ତୁ: ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେବେ ରଙ୍ଗାସାମୀ; ନିଯୁକ୍ତ ଦେଲେ ରାଷ୍ଟ୍ରପତି
ବିଶେଷ କରି ବିଧାୟକ, ସାସଂଦଙ୍କ ସହ ସଂଗଠନରେ ଥିବା ନେତାଙ୍କ ମଧ୍ୟରେ ସମନ୍ଵୟ ରଖିବାକୁ ଗୁରୁତ୍ଵ ଦିଆଯାଇଛି । ଏଣିକି ପ୍ରତି ମାସରେ ବସିବ ପାର୍ଲାମେଣ୍ଟ କୋର କମିଟି ବୈଠକ । ଏହା ସହ ମାସର ପ୍ରଥମ ସପ୍ତାହରେ ମଣ୍ଡଳ, ଦ୍ଵିତୀୟ ସପ୍ତାହରେ ଜିଲ୍ଲା, ତୃତୀୟ ସପ୍ତାହରେ ଶକ୍ତି କେନ୍ଦ୍ର, ଚତୁର୍ଥ ସପ୍ତାହରେ ବସିବ ବୁଥ୍ ବୈଠକ । ପ୍ରାୟ ୧୦ଟି ସଂସଦୀୟ କ୍ଷେତ୍ରର ବୈଠକ ସରିଥିବା ବେଳେ ଖୁବ ଶୀଘ୍ର ଅନ୍ୟ କ୍ଷେତ୍ର ଗୁଡ଼ିକର ମଧ୍ୟ ବୈଠକ ହେବ ।
ଆଉ ପ୍ରାୟ ବର୍ଷକ ପରେ ପଞ୍ଚାୟତ ନିର୍ବାଚନ । ଏନେଇ ପ୍ରଶାସନିକ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ତେବେ ବିରୋଧୀ କଂଗ୍ରେସ ଏବଂ ବିଜେଡି ପଞ୍ଚାୟତ କସରତରେ ପଛରେ ପଡ଼ିଥିବା ଚର୍ଚ୍ଚା ହେଉଛି । ବିଜେଡି ପାଇଁ ସବୁଠୁ ଟେନସନ ସାଜିଛି, ପଞ୍ଚାୟତ ପ୍ରତିନିଧି ବିଜେପି ମୁହାଁ ହେବା ।
ଏଥିସହ ପଢ଼ନ୍ତୁ: କଂଗ୍ରେସରେ ବିବାଦ,ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢ଼େଇ ତେଜିଲା
ଯଦିଓ ନବୀନ ସେମାନଙ୍କୁ ରୋକିବାକୁ କସରତ କରୁଛନ୍ତି । ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନବୀନ ନିବାସ ଡାକି ବୈଠକ କରୁଛନ୍ତି, କିନ୍ତୁ କାମ ଦେଉନି ନବୀନଙ୍କ ପ୍ରୟାସ । ବିଜେଡି ନେତାଙ୍କ ଯୁକ୍ତି ନବୀନଙ୍କ ନେତୃତ୍ଵରେ ସଫଳତା ପାଇବ ବିଜେଡି । ଅନ୍ୟ ପଟେ କଂଗ୍ରେସ କହିଛି ଆମର ବୁଥ୍ ଲେବୁଲ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯାଉଛି ।
ଯଦିଓ ପୂର୍ବ ପଞ୍ଚାୟତ ନିର୍ବାଚନରେ ବିଜେପି ଆଖି ଦୃଶିଆ ସଫଳତା ପାଇ ନଥିଲା, କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ପଟ ପରିବର୍ତ୍ତନ ହେବା ପରେ ପଞ୍ଚାୟତ ପ୍ରତିନିଧି ମାନେ ବିଜେପି ମୁହାଁ ହେବା ଟ୍ରେଣ୍ଡ ପାଲିଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories