Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଳଦେବଜୀଉଙ୍କ ଦର୍ଶନ କଲେ ବିଜେପି ସଭାପତି ମନମୋହନ ସାମଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଳଦେବଜୀଉଙ୍କ ଦର୍ଶନ କଲେ ବିଜେପି ସଭାପତି ମନମୋହନ ସାମଲ

ଅର୍ଗସ ବ୍ୟୁରୋ:  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି କେନ୍ଦ୍ରାପଡା ଗସ୍ତ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି l ପୂର୍ବାହ୍ନ ରେ ଦୁହୁରିଆ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଁଞ୍ଚି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ l ପରେ ମନମୋହନ ସାମଲ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ରଥ ଦାଣ୍ଡରେ ଅୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଦଳୀୟ କର୍ମୀ ଙ୍କୁ ଉଦବୋଧନ ଦେଇଥିଲେ l ଶେଷରେ ଅଙ୍ଗୁଳାଇ ଠାରେ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ l

ମନମୋହନଙ୍କ ଏହି ଗସ୍ତ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି l ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରାପଡା  ଜିଲା ବିଜେପି ସଭାପତି କିଶୋର୍ ପଣ୍ଡା, ପୂର୍ବତନ ବିଧାୟକ ପାର୍ଥି ସୁନାକର ବେହେରା, ଜ୍ଞାନ ଦେବ ବେହୁରା, ଡକ୍ଟର କଳ୍ପନା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ  ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP president Manmohan Samal visited kendrapara | Argus News