ନବୀନ ସରକାରଙ୍କ ନୂଆ ଗେମ୍, ଦଳକୁ ଚଳାଇବା ପାଇଁ ନୂଆ ନାଟକ

ନବୀନ ସରକାରଙ୍କ ନୂଆ ଗେମ୍
ଦଳକୁ ଚଳାଇବା ପାଇଁ ରଚୁଛନ୍ତି ନୂଆ ନାଟକ
ଆଉ ଏବେ ଓଡ଼ିଶା ଲୋକଙ୍କ ପଇସା ଲୁଟି କରୁଛନ୍ତି ରାଜନୀତି
ଅର୍ଗସ ବ୍ୟୁରୋ : ପ୍ରଥମେ ଲୁଟି ୨୩ ବର୍ଷ ଚଳିଲେ । ଏବେ ପୁଣି ଲୁଟିବାକୁ କାଢୁଛନ୍ତି ବାଟ । କେମିତି ଗରିବ ଲୋକଙ୍କ ଟଙ୍କାକୁ ନେଇ ପାର ହେବେ ୨୦୨୪ ରାଜନୀତି ବୈତରଣୀ ସେଥିଲାଗି ଆରମ୍ଭ କରିଦେଇଛନ୍ତି ଅଙ୍କ କଷା । ଯଦି ନବୀନ ବାବୁଙ୍କ ପାଖରେ ନାହିଁ ଟଙ୍କା । କେମିତି ଚାଲିବ ତାଙ୍କ ଦଳ । କେମିତି ଚଳିବେ ତାଙ୍କ ନେତା ଓ କର୍ମୀ । ଅନେକ ଚିନ୍ତା କରିବା ପରେ ବାହାରିଲା ବାଟ । କଣ ବାଟ ନା, ଯୋଜନା ବାହାରିଲା, ହଡ଼ପ ହେଲା ଗରିବ ଲୋକଙ୍କ ଟଙ୍କା । ଆଉ ଏବେ ଗରିବ ଲୋକଙ୍କ ଟଙ୍କାର ପାହଡ଼ରେ ଛିଡ଼ା ହୋଇଛି ନବୀନ ସରକାର ।
ଯଦି ନବୀନ ସରକାରଙ୍କ ପାଖରେ ନାହିଁ ଟଙ୍କା । କାହିଁକି କରୁଛନ୍ତି ନୂଆ ଯୋଜନା ? କେନ୍ଦ୍ର ଯୋଜନକୁ ଓଡ଼ିଶାରେ ଲାଗୁ କରୁ ନାହାନ୍ତି କାହିଁକି ? ସାଧାରଣ ଓ ଗରିବ ଲୋକଙ୍କ ଟଙ୍କାକୁ ନେଇ ରାଜନୀତି କରୁଛନ୍ତି ନବୀନ ସରକାର । ଗରିବ ଲୋକଙ୍କ ପଇସାକୁ ଖର୍ଚ୍ଚ କରି ଚଳୁଛି ଦଳ । ନିଜ ଦଳକୁ ପୋଷିବାକୁ ଯାହା ଯାହା ବାଟ ଦରକାର ନବୀନ ସରକାର କରୁଛନ୍ତି । ଯଦି ନବୀନ ସରକାରଙ୍କ ପାଖରେ ନାହିଁ ଟଙ୍କା, କେମିତି କରୁଛନ୍ତି ନିଜ ପ୍ରଚାର । କେମିତି ରାଜ୍ୟରେ ଥିବା କଲେଜ ମାନଙ୍କରେ ଲାଗାଉଛନ୍ତି ନିଜର ବଡ଼ ବଡ଼ ପୋଷ୍ଚର ଲଗାଉଛନ୍ତି ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ।
📱 Get Argus News App
✨ସେହିପରି ରାଜ୍ୟରେ ବିଭିନ୍ନ ଯୋଜନା କରି ତାହାର ପ୍ରଚାର ପ୍ରସାର କରି ଓଡ଼ିଶାର ରାଜକୋଷକୁ ସର୍ବାଧିକ ଖର୍ଚ୍ଚ କରୁଛନ୍ତି । ପୁରୀରେ ଶ୍ରୀକ୍ଷେତ୍ର ପ୍ରକଳ୍ପ ନାରେ କୋଟି କୋଟି ଆତ୍ମସାତ କରୁଛନ୍ତି ତା ସହିତ ଆମ ଓଡ଼ିଶା ନବୀନ ଓଡ଼ିଶା ନାରେ ମଧ୍ୟ ଗରୀବ ଲୋକଙ୍କ ଟଙ୍କାକୁ କରୁଛନ୍ତି ଖର୍ଚ୍ଚ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଏସକେୱାଇ-ନବୀନ କାର୍ଡ ବାବଦରେ ସଚେତନତା କରିବା ନାଁରେ ଗରୀବ ଲୋକଙ୍କ ଟଙ୍କାକୁ ବୁଲି ବୁଲି କରୁଛନ୍ତି ଖର୍ଚ୍ଚ । ସ୍କୁଲ, କଲେଜରେ ନବୀନଙ୍କ ଫଟୋ ଲଗାଇ ଦଳୀୟ ପ୍ରଚାର କରିବା ପାଇଁ ମଧ୍ୟ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି ।
ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ କରିଛନ୍ତି ଟାର୍ଗେଟ । ତଦନ୍ତ ସମ୍ବନ୍ଧୀୟ ସ୍ପଷ୍ଟୀକରଣ ରଖୁନାହାନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । କଣ ପାଇଁ ହତ୍ୟା ହେଲା, କିଏ କିଏ ଏ ହତ୍ୟାରେ ସାମିଲ ଥିଲେ ସେ ବିଷୟରେ ବି ସ୍ପଷ୍ଟୀକରଣ ରଖି ନାହାନ୍ତି ରାଜ୍ୟ ସରକାର, କିନ୍ତୁ ରାଜ୍ୟରେ ମନ୍ଦିର ତିଆରି କରିବାରେ ତତ୍ପରତା ଦେଖାଉଛନ୍ତି । କିନ୍ତୁ ଓଡ଼ିଶା ଲୋକେ ଏବେ ଜାଣି ଗଲେଣି ଯେ ଆମ ସରକାର ଯୋଜନା ନା କେମିତି କରୁଛନ୍ତି ଆମକୁ ହରିଲୁଟ୍ । ଆଉ ଏହାର ଜବାବ ଦେବେ ୨୦୨୪ ନିର୍ବାଚନରେ ।