Rajya Sabha Candidate / ରାଜ୍ୟସଭାରେ ବିଜେପିର ପୁଣି ଗୋଟିଏ ସିଟ୍ ବଢିବ, କିଏ ପ୍ରାର୍ଥୀ ହେବେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ
·1 hour ago·3 min read

Key Points
ରାଜ୍ୟସଭାରେ ବିଜେପିର ପୁଣି ଗୋଟିଏ ସିଟ୍ ବଢିବ
କିଏ ପ୍ରାର୍ଥୀ ହେବେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ
ପ୍ରତିକ୍ରିଆ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ

ନୁଆଦିଲ୍ଲୀ,୨୭/୦୫: ରାଜ୍ୟସଭାରେ ଆମର ସଂଖ୍ୟା ଗରିଷ୍ଟତା ନଥିଲା ଏବେ ଆମର ମେଜରିଟି ହେଲାଣି ଏବେ ଆଉ ଗୋଟେ ସିଟ ବଢିବ | କ୍ଷମତା ହିଁ ଫେବିକଲ ଭଳି କାମ କରୁଥିଲା କ୍ଷମତା ଗଲା ପରେ ବହୁ ଆଞ୍ଚଳିକ ଦଳ ମରିଛନ୍ତି । ଦଳ ଚୂଡାନ୍ତ ନିଷ୍ପତି ନେବ କିଏ ହେବ ରାଜ୍ୟସଭା ପାର୍ଥି। ସୁଜିତ କୁମାର,ମମତା ମହନ୍ତ ଇସ୍ତଫା ଦେଇ ଆସିଥିଲେ ପୁଣି ରାଜ୍ୟସଭା ଗଲେ। ଯିଏ ଇସ୍ତଫା ଦେଇ ଆସିଛନ୍ତି ତାଙ୍କର ବି ସମ୍ଭାବନା ରହିଛି। ସେସ ମ୍ପର୍କରେ ଦଳ ବିଚାର କରିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ।
ଆସନ୍ତା ଜୁନ୍ ୧୮ରେ ହେବ ରାଜ୍ୟସଭା ଉପନିର୍ବାଚନ । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୟ ଦେବାଶିଷଙ୍କ ସାମନ୍ତରାଏଙ୍କ ରାଜ୍ୟସଭା ସଦସ୍ୟପଦରୁ ଇସ୍ତଫା ପରେ ଖାଲି ଥିବା ଆସନରେ ନିର୍ବାଚନ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ନିର୍ବାଚନ ପାଇଁ ଜୁନ୍ ୧ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ନିର୍ବାଚନ ଆୟୋଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଜୁନ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ। ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଆସନ ପାଇଁ ଭୋଟଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ହେବ। ସେହି ଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣନା କରାଯିବ। ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି।
ଗତକାଲି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବିଜେପିରେ ସାମିଲ୍ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଦେବାଶିଷ ସାମନ୍ତରାୟ ।ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦେବାଶିଷ କହିଛନ୍ତି, "ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି।
ପଢନ୍ତୁ ଏହି ଖବର: ରାଜ୍ୟସଭାରେ ଛିଡୁଛି ବିଜେଡି,ବଢୁଛି ବିଜେପି,ସଂସଦର ଉଚ୍ଚସଦନରେ ବିଜେଡି ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି
ଗତ ୨୫ ତାରିଖରେ ପ୍ରଥମେ ବିଜେଡି ଛାଡ଼ିଲେ ଓ ପରେ ରାଜ୍ୟସଭା ସଦସ୍ୟୃ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ବିଜେଡିରୁ ଇସ୍ତଫା ନେଇ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ପରେ ରାଜ୍ୟସଭା ସଦସ୍ୟପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଥିଲେ । ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା ବୋଲି ଅଭିଯୋଗ ହେଉଥିଲା । ତାଙ୍କର ଅନୁଗତ ମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନଥିଲା । ଏମିତିକି ତାଙ୍କୁ ଯେଉଁ ସିନିୟର ସିଟିଜେନ ସେଲର ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା,ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ।
ସେପଟେ ରାଜ୍ୟସଭାରେ ଛିଡୁଛି ବିଜେଡି, ବଢୁଛି ବିଜେପି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏବେ ସଂସଦର ଉଚ୍ଚ ସଦନରେ ବିଜେଡିର ସାଂସଦଙ୍କ ସଂଖ୍ୟା ୫ ହୋଇଯାଇଛି । ୨୦୨୨ରେ ନିର୍ବାଚିତ ହୋଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ଯାଏଁ ରହିଛି । ସେହିପରି ବିଜେଡିରୁ ୨୦୨୪ରେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ ଯାଏଁ ରହିଥିବାବେଳେ, ଚଳିତବର୍ଷ ବିଜେଡିରୁ ନିର୍ବାଚିତ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ରେ ଯାଏଁ ରହିଛି ।.

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories