Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

Smruti Parija
Browse all articles by Smruti Parija
·2 years ago·1 min read
ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଅର୍ଗସ ବ୍ୟୁରୋ: ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦ୍ୱିତୀୟ ପର୍ଯ୍ୟାୟରେ 72 ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଲୋକସଭା ନିର୍ବାଚନ ପାଇଁ ଆସିଲା ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ 195 ଜଣ ପ୍ରାର୍ଥୀଙ୍କ ପରେ ଆଜି  ଆଉ 72 ଜଣଙ୍କ ନାଁ ଘୋଷଣା କଲା ଦଳ । 

ମୁମ୍ବାଇ ଉତ୍ତରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । କର୍ଣ୍ଣଲରୁ ଲଢ଼ିବେ ମନୋହରଲାଲ ଖଟ୍ଟର । ହମିରପୁରରୁ ପ୍ରାର୍ଥୀ ହେବେ ଅନୁରାଗ ଠାକୁର ।  ଧରଓ୍ବାଡ଼ରୁ ପ୍ରାର୍ଥୀ ହେବେ ପ୍ରହଲ୍ଲାଦ ଯୋଶୀ । ବାସବରାଜ ବୋମାଇ ହାଭେରୀ ଲଢି଼ବେ ନିର୍ବାଚନ । ବାଙ୍ଗୋଲୋର ଦକ୍ଷିଣରୁ ତେଜସ୍ବୀ ସୁରିଆ । ପଙ୍ଗଜା ମୁଣ୍ଡେ ବିଡ୍ । ତ୍ରିବେନ୍ଦ୍ର ସିଂ ରାଓ୍ବତ ଉତ୍ତରାଖଣ୍ଡର ହରଦ୍ବାର । ମହାରାଣୀ କିର୍ତ୍ତୀ ସିଂ ଦେବବର୍ମା ତ୍ରିପୁରା ଇଷ୍ଟ। ଓଡ଼ିଶାର କୌଣସି ଲୋକସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
BJP releases its second list of candidates for the upcoming Lok Sabha elections | Argus News