Videos
|
Odisha

ସିନେ ତାରକାଙ୍କୁ ଖୋଜୁଛନ୍ତି ବିଜେଡି ସୁପ୍ରିମୋ

Jitendra Dash
Browse all articles by Jitendra Dash
·2 years ago·2 min read
ସିନେ ତାରକାଙ୍କୁ ଖୋଜୁଛନ୍ତି ବିଜେଡି ସୁପ୍ରିମୋ

ବିଜେଡିକୁ ଘାରିଲାଣି ହାରିବା ଭୟ  
ସିନେ ତାରକାଙ୍କୁ ଖୋଜୁଛନ୍ତି ବିଜେଡି ସୁପ୍ରିମୋ 

ଅର୍ଗସ ବ୍ୟୁରୋ : ୨୪ ବର୍ଷ ଧରି ନବୀନ ପଟ୍ଟନାୟକ କଳାକାର ମାନଙ୍କୁ କେବେ ପ୍ରତ୍ୟକ୍ଷ ଭାବେ କଥା ହେଉନଥିଲେ । କିନ୍ତୁ ଆଜି ପଡ଼ିଲା ଖୋଜା । ନବୀନ ନିବାସରେ ଏବେ ଓଲିଉଡ୍ କଳାକାରଙ୍କ ଭିଡ଼ । ଏହି ସମୟରେ ସିନେ କଳାକାରଙ୍କୁ ନବୀନ ନିବାସକୁ ଡାକରା ନେଇ ବିଜେଡ଼ିକୁ ଟାର୍ଗେଟ କରିଛି ବିଜେପି । ବିଜେଡିକୁ ଟାର୍ଗେଟ୍ କରି ବିଜେପି ନେତା ତଥା ବରିଷ୍ଠ କଳାକାର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର କହିଛନ୍ତି, ବିଜେଡିକୁ ହାରିବା ଭୟ ଘାରିଛି । ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି । ଓଡ଼ଶାରେ କଳାକାରଙ୍କ ଅବସ୍ଥା ଏମିତି ଯେ ସେମାନଙ୍କୁ ଟଙ୍କା ଦେଇ ପ୍ରଚାର କରୁଛି ବିଜେଡି । 

ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗ କରିବାକୁ ଚେଷ୍ଟା କରୁଛି । ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡ଼େ । ଓଡ଼ିଆ ସିନେମା ଶିଳ୍ପର ବିକାଶ କରିନାହାନ୍ତି । ଯଦି ଦରଦ ଅଛି, ତେବେ ସିନେମା ଶିଳ୍ପର ବିକାଶ ଲାଗି ପଦକ୍ଷେପ ନିଅନ୍ତୁ । ଯୋଇ ପୁରୀ ଜିଲ୍ଲା ଓଡ଼ିଶାର ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା ଆଜି ସେହି ଜିଲ୍ଲା ସିନେମା ହଲ ଶୂନ୍ୟ । ତାକୁ ନେଇ କେବେ ତ ଚିନ୍ତା କରି ନାହାନ୍ତି ବିଜିଡେ ନେତା ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଓଲିଉଡ୍‌ର ଚାରି ବଡ଼ ଚେହେରା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଉଗାରିବା ପରେ, ସେମାନଙ୍କୁ କାଉଣ୍ଟର୍‌ କିପରି କରିବ ବିଜେଡି ଯାହାକୁ ନେଇ ଚିନ୍ତାରେ ବିଜେଡିର ସୁପ୍ରିମୋ । ଆଗରୁ ଅନୁ ଚୌଧୁରୀ, ଶ୍ରୀତମ୍ ଦାସ, ମହାଶ୍ବେତା, ଅପରାଜିତା ଓ ବିଦୁସ୍ମିତା ପ୍ରମୁଖବି ବିଜେପିରେ ସାମିଲ ହୋଇଥିଲେ । 

କିନ୍ତୁ ନବୀନ ନିବାସରେ ଗତକାଲି ହଠାତ ବହୁ ଓଲିଉଡ୍‌ କଳାକାରଙ୍କ ଆବିର୍ଭାବ ହୋଇଛନ୍ତି । ଗତକାଲି ବାବୁସାନ୍, ପପୁ ପମ୍‌ପମ୍‌, ଦେବାଶିଷ, ଅମ୍ଳାନ୍, ସମ୍ବିତ, ଲିପ୍ସା, ଭୂମିକାଙ୍କ ସମେତ ଆଉ କିଛି କଳାକାର ନବୀନ ନିବାସ ଯାଇଥିଲେ । ସେମାନେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ଙ୍କୁ ସାକ୍ଷାତ କରିଥିଲେ ।
 

BJP ridicules BJD for seeking help of cine stars | Argus News