ସୁଭଦ୍ରାକୁ ବିଜେପି କହିଥିଲା ମୋଦି ଗ୍ୟାରେଣ୍ଟି

ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିବାକୁ ଆସନ୍ତା କାଲି ନିଜ ଜନ୍ମଦିନରେ ଓଡିଶା ଆସୁଛନ୍ତି ମୋଦି... ଗୋଟିଏ ପଟେ ସୁଭଦ୍ରା ପାଇଁ ମହିଳାଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ, ଅନ୍ୟ ପଟେ ମହିଳା ସମାବେଶ ପାଇଁ ସଜେଇ ହେଉଛି ଜନତା ମଇଦାନ... ମଞ୍ଚରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ର ଅନ୍ନପୂର୍ଣା ଦେବୀ ବି ଯୋଗ ଦେବେ...ନାରୀଶକ୍ତି ସଶକ୍ତିକରଣ ଏବଂ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏହା ଏକ ବୃହତ ପଦକ୍ଷେପ ଓ ବିଶେଷ ଦିନ ବୋଲି ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ .. ରାଜ୍ୟ ସରକାରଙ୍କ ସବୁ ମନ୍ତ୍ରୀ, ସମସ୍ତ ସାଂସଦ, 147 ବିଧାୟକ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହ ପାଇଁ ଯାଇଛି ନିମନ୍ତ୍ରଣ । ସିଆରପି, ଏମବିକେ ମାନେ ସବୁ ସୁଭଦ୍ରା ହୋଇ ଆସିବେ । ମଞ୍ଚ ସାମ୍ନାରେ ସମସ୍ତ ସୁଭଦ୍ରା ହିତାଧିକାରୀ ମାନେ ବସିବେ । ଓଡ଼ିଶାର ମହିଳା ମାନେ ଏକ ଯୁଗାନ୍ତକାରୀ ଓ ଐତିହାସିକ ଦିନର ସାକ୍ଷୀ ହେବେ । ରାଜ୍ୟର 338 ଜାଗାରେ କାର୍ଯ୍ୟକ୍ରମକୁ ଲାଇଭ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।
ଏପଟେ ଗାଁ ଗାଁରେ ସହର ଗଳିରେ ସବୁଠି ସୁଭଦ୍ରାକୁ ନେଇ ଉତ୍ସାହ.. ଗଡୁଛି ସୁଭଦ୍ର ସଚେତନତା ରଥ.. ଚାନ୍ଦବାଲିରୁ ଚନ୍ଦାହାଣ୍ଡି... ଭଟଲିରୁ ଭୁବନ.... ନିଆଳିରୁ ନିମାପଡା... ଜଗତସିଂହପୁରରୁ ଜଗତପୁର.. ସବୁଠି ଉଛୁଳା ଉତ୍ସାହ... ଆବେଦନ ପାଇଁ ଲାଗିଛି ଗହଳି ଚହଳି.. ତେବେ କାଲି ପ୍ରଥମ କିସ୍ତିର ଅର୍ଥ ମିଳୁଥିଲେ ବି ଆବେଦନ ପ୍ରକିୟା ବନ୍ଦ ହେବନି ... ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପର୍ଯନ୍ତ ଚାଲିବା ସୁଭଦ୍ରା ପଞ୍ଜିକରଣ...ଏହା ଭିତରେ ପଞ୍ଜିକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ପରୀକ୍ଷା ମୁଳକ ଭାବେ ଏକ ଟଙ୍କା ଲେଖାଁଏ ଯାଇଛି.. ପ୍ରଥମ କିସ୍ତି ଆସିବା ପରେ କିଏ ସିଲେଇ ମେସିନ ଆଣିବାକୁ କହୁଛି ତ ଆଉ କିଏ ଗ୍ରୁପରେ ମିଶ ଛୋଟ ବ୍ୟବସାୟ ଆରମ୍ଭ କରିବ ବୋଲି କହୁଛି ।
ସୁଭଦ୍ରାକୁ ଉତ୍ସାହକୁ ଦେଖି ମାତିଲେଣି ସାଇବର ଲୁଟେରା.. ମହିଳାଙ୍କୁ ଫୋନ କରି ଆକାଉଣ୍ଟକୁ ଟଙ୍କାଟିଏ ଯାଇ ନ ଥିଲେ ଲିଙ୍କରେ କ୍ଲିକ କରିବାକୁ କହୁଛନ୍ତି .. ନିମାପଡାରେ ଏମିତି ଜଣେ ମହିଳାଙ୍କୁ ସାଇବର ଠକ 12 ହଜାର 500 ଟଙ୍କା ଲୁଟିନେଇଥିବାରୁ କୌଣସି ଫୋନ କଲ କିମ୍ବା ଲିଙ୍କ ଉପରେ ଧ୍ୟାନ ନ ଦେବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆସନ୍ତା କାଲି ଜନତା ମଇଦାନରେ ବଡ ମହିଳା ସମାବେଶ ହେବ.. ଉଭୟ ସରକାର ଓ ସରକାରୀ ଦଳ ଏଥିପାଇଁ ଲାଗିପଡିଛନ୍ତି.. କାର୍ଯ୍ୟକ୍ରମର ଲାଇଭ ରେ ଦେଖିବା ପାଇଁ ରାଜ୍ୟର 338 ସ୍ଥାନରେ ହୋଇଛି ବ୍ୟବସ୍ଥା ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: