Videos
|
Odisha

ବିଜେପି ବରିଷ୍ଠ ନେତା ଅରବିନ୍ଦ ଢାଲିଙ୍କ ବଡ ବୟାନ, ଭବିଷ୍ୟତରେ ବିଜେଡ଼ି ରହିବନି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଜେପି ବରିଷ୍ଠ ନେତା ଅରବିନ୍ଦ ଢାଲିଙ୍କ ବଡ ବୟାନ, ଭବିଷ୍ୟତରେ ବିଜେଡ଼ି ରହିବନି

ଅର୍ଗସ ବ୍ୟୁରୋ: ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ବରିଷ୍ଠ ନେତା ଅରବିନ୍ଦ ଢାଲିଙ୍କ ବଡ ବୟାନ । ବିଜେଡ଼ି ବସା ଖାଲି ହୋଇଯିବ । ଭବିଷ୍ୟତରେ ବିଜେଡ଼ି ରହିବନି । ସେମାନେ ଚାହିଁଲେ ରଖିପାରିବେ ନାହିଁ । ଗୋଷ୍ଠୀ କନ୍ଦଳ ଚାଲିବ । ଆମର ଜାତୀୟ ଦଳ । ଜାତୀୟ ଦଳର ବିଲୟ ହୁଏନି ।  ଆଞ୍ଚଳିକ ଦଳର ବିଲୟ ହୁଏ । ଯିଏ ଆଞ୍ଚଳିକ ଦଳ ଗଢିଥାଏ, ସେ ଅସୁସ୍ଥ ବା ଆଉ କଣ ହେଲେ ଦଳ ରହେନି । ବିଜେଡ଼ିରେ ସ୍ଵାଧୀନତା ନାହିଁ । ବାକ୍ ସ୍ବାଧୀନତା ନାହିଁ ।  ସୁପ୍ରିମୋଙ୍କୁ ଦେଖା କରି ପାରିବେ ନାହିଁ । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପାଣ୍ଡିଆନ ଥିଲେ ସର୍ବେସର୍ବା । 25 ବର୍ଷ ଶାସନରେ ବିଜେଡ଼ି ଯାହା କରି ପାରିନଥିଲା ତାକୁ ଆଜି କରି ଦେଖାଉଛନ୍ତି ମୋହନ ସରକାର । ସେପେଟ ଅରବିନ୍ଦ ଢାଲିଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ନେତା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP senior leader Arabinda dhali big statement, there will be victory in the future | Argus News