Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯମୁନାକୁ ଶୁଦ୍ଧ କରିବାକୁ ପ୍ରତିଜ୍ଞା ଦେଲେ ହେମା ମାଳିନୀ

Smruti Parija
Browse all articles by Smruti Parija
·2 years ago·1 min read
ଯମୁନାକୁ ଶୁଦ୍ଧ କରିବାକୁ ପ୍ରତିଜ୍ଞା ଦେଲେ ହେମା ମାଳିନୀ

Key Points

  • ଯମୁନା ପୂଜା କଲେ ହେମା ମାଳିନୀ
  • ନାମାଙ୍କନ ଦାଖଲ ପୂର୍ବରୁ ନଦୀରେ କ୍ଷୀର ଢାଳି ପୂଜା କଲେ 
  • ଯମୁନାକୁ ଶୁଦ୍ଧ କରିବାକୁ ଦେଲେ ପ୍ରତିଜ୍ଞା
     

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶର ମଥୁରା ଲୋକସଭାର ସାଂସଦ ହେମା ମାଳିନୀ ନାମାଙ୍କନ ପୂର୍ବରୁ ବୁଧବାର ଯମୁନା ନଦୀରେ ପୂଜାର୍ଚ୍ଚନା କରିଛନ୍ତି । ସେ ଗୁରୁବାର ଦିନ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ।

ଏହି ଅବସରରେ ସାଂସଦ କହିଛନ୍ତି ଯେ ପ୍ରତ୍ୟେକ ଥର ଭଳି ସେ ନାମାଙ୍କନ ପୂର୍ବରୁ ଯମୁନାଙ୍କୁ ପୂଜା କରିବାକୁ ଆସିଛନ୍ତି । ଗୁରୁବାର ଅର୍ଥାତ ନାମାଙ୍କନ ପତ୍ର ଦାଖଲ କରିବା ଦିନ ବ୍ୟସ୍ତ ରହିବାକୁ ପଡିବ । ସେଥିପାଇଁ ଦିନକ ପୂର୍ବରୁ ସେ ପୂଜାପାଠ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ପୂଜା କରି ବହୁତ ଖୁସି ଲାଗୁଛି ।  

ମଥୁରା ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ହେମା ମାଳିନୀ । ଯମୁନା ନଦୀରେ ନିଜ ସମର୍ଥକଙ୍କ ସହ ବେଶ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଛନ୍ତି ହେମା । ତେବେ ହେମା ମାଳିନୀଙ୍କୁ ଦେଖିବା ପାଇଁ ବେଶ କିଛି ସମୟ ଧରି ଲୋକଙ୍କ ଭିଡ ଜମିଯାଇଥିଲା । 

ନାମାଙ୍କନ ଭରିବା ପୂର୍ବରୁ ଦୀର୍ଘ ସମୟ ଧରି ପୂଜା କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି । ଏହାସହ ଯମୁନା ନଦୀ ଶୁଦ୍ଧ କରିବାକୁ ପ୍ରତିଜ୍ଞା ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆହୁରି ପଢନ୍ତୁ ରାଜନୀତି ଖବର...
 

Sponsored
BJP sitting MP and candidate from Mathura Lok Sabha constituency, Hema Malini performs Yamuna puja before filing her nomination. | Argus News