ବିଜେପି ରାଜ୍ୟ ସଭାପତି ଗଲେ ନବୀନ ନିବାସ

ଅର୍ଗସ ବ୍ୟୁରୋ: କାଲି ଓଡ଼ିଶାରେ ପ୍ରଥମଥର ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ। ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯିବ ନିମନ୍ତ୍ରଣ। ଆସନ୍ତାକାଲି ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରିବେ। ଏଥିପାଇଁ ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପୁରୀକୁ ପଠାଯାଇଛି।
ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବୀନ ନିବାସରେ ପହଞ୍ଚିଛନ୍ତି। ମନମୋହନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ। ଶପଥ ଗ୍ରହଣ ଉତ୍ସବରେ ନିଶ୍ଚିତ ଯୋଗଦେବେ ବୋଲି ନବୀନ କହିଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୨ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ । ରାଜଭବନରୁ ଜନତା ମଇଦାନ ସମାରୋହରେ ପିଏମ ମୋଦୀ ପହଞ୍ଚିବେ। ତେବେ ବୁଧବାର ୧୨ ଜୁନରେ ଜଣାପଡିବ କିଏ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରିବାର ସମୟ ସୀମା ବର୍ତ୍ତମାନ ଧାର୍ଯ୍ୟ କରାଯାଇଛି ।
ଆସନ୍ତାକାଲି ବିଜେପି ପାଇଁ ବହୁ ପ୍ରତୀକ୍ଷିତ ମୂହୁର୍ତ୍ତ। ବିଜେଡିକୁ ଶକ୍ତ ଝଟକା ଦେଇ ବିପୁଳ ବିଜୟ ହାସଲ କରିଥିବା ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ନିଜର ସରକାର ଗଢ଼ିବାକୁ ଯାଉଛି । ଆସନ୍ତାକାଲି ଜନତା ମଇଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ । କାଲିଠୁ ବିଜେପି ରାଜ୍ ଚାଲିବ। ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଏବେଠୁ ଅତିଥି ଆସୁଛନ୍ତି। ବିଶେଷ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ନେତାଙ୍କୁ ସ୍ବାଗତ କରିବାକୁ କର୍ମୀ ମାନେ ପହଞ୍ଚିବା ପରେ ସେଲିବ୍ରେସନ୍ ଚାଲିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର