Videos
|
Odisha

ମୌଳିକ ସୁବିଧାରୁ ବଞ୍ଚିତ ଲୋକେ, ବିଜେପିର ଲଇକେରା ବ୍ଲକରେ ଆନ୍ଦୋଳନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୌଳିକ ସୁବିଧାରୁ ବଞ୍ଚିତ ଲୋକେ, ବିଜେପିର ଲଇକେରା ବ୍ଲକରେ ଆନ୍ଦୋଳନ

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଲଇକେରା ବ୍ଲକରେ ରାସ୍ତା ସମସ୍ୟା, ଶିକ୍ଷା ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ହେଉ କିମ୍ବା ପାଣି ସମସ୍ୟା ହେଉ ରାଜ୍ୟରେ ୨୫ ବର୍ଷ ଶାସନ କରିବା ପରେ ମଧ୍ୟ ଏବେ ବି ଲୋକେ ସବୁକ୍ଷେତ୍ରରେ ଅନେକ ଅସୁବିଧା ଭୋଗୁଛନ୍ତି । ଅନେକ ହିତାଧିକାରୀ ଏବେ ବି ସରକାରୀ ଯୋଜନା ଲାଭ ପାଇବାରୁ ବଞ୍ଚିତ ହୋଇ ଅଛନ୍ତି । ଏନେଇ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପୀ ଜନ ଆକ୍ରୋଶ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଉଛି।

ସେହିଭଳି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତିଙ୍କ ଆହ୍ଵାନ କ୍ରମେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ସୁନୀଲ ପଣ୍ଡା , ବିଜେପି କର୍ମୀଙ୍କ ନେତୃତ୍ୱରେ ଜିଲ୍ଲାର ଲଇକେରା ବ୍ଲକରେ ଆନ୍ଦୋଳନ କରାଯାଉଛି । ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠି, ଜିଲ୍ଲା ସଭାପତି ସୁନୀଲ ପଣ୍ଡା , ବିଜେପି କର୍ମୀଙ୍କ ନେତୃତ୍ୱରେ ଜିଲ୍ଲାର ଲଇକେରା ବ୍ଲକରେ ଆନ୍ଦୋଳନ କରାଯାଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP strike in Laikera block | Argus News