|
logo
Live

Argus News - ଥାନା ଭଙ୍ଗାରୁଜାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟସରକାର: ଇରାଶିଷ

Odisha

ଥାନା ଭଙ୍ଗାରୁଜାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟସରକାର: ଇରାଶିଷ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଥାନା ଭଙ୍ଗାରୁଜାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟସରକାର: ଇରାଶିଷ

ଅର୍ଗସ ବ୍ୟୁରୋ:  ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ଦଳ । ଭଟଲି ବିଧାନସଭା କ୍ଷେତ୍ରରେ ମାସେ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଅମ୍ବାଭୋନା ଥାନା ଉପରେ ଆକ୍ରମଣ ହେଲା । ଥାନା ଭଙ୍ଗାରେ ସଂପୃକ୍ତ 102 ଜଣଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା । 22 ଜଣଙ୍କୁ ଗିରଫ କରିଥିଲା ପୋଲିସ । 9 ଜଣ ଜେଲରେ ଅଛନ୍ତି । 13 ଜଣ ବେଲ୍‌ ପାଇଛନ୍ତି ।

ଅପରାଧୀଙ୍କୁ ଜାମିନ ଦେବା ପାଇଁ ପୋଲିସ ସହାୟତା ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଂପାଦକ ଇରାଶିଷ ଆଚାର୍ଯ୍ୟ । ମୋ ପୋଲିସ କଣ ବିଜେଡି ପୋଲିସ କି ବୋଲି ପ୍ରଶ୍ନ କରିଛନ୍ତି ଇରାଶିଷ । ଶାନ୍ତି ପ୍ରିୟ ଓଡ଼ିଶାରେ ଦିନକୁ ଦିନ ଅପରାଧ ପ୍ରବଣତା ବଢୁଛି । ଅପରାଧିକ ଭିତ୍ତିଭୂମି ବୃଦ୍ଧି ପାଇଛି । ଏହା ଚିନ୍ତାର ବିଷୟ । ଏହି ଘଟଣା ସହ ଏନସିଆରବି ରିପୋର୍ଟ ପ୍ରକାଶ ପାଇଥିବା ଓଡ଼ିଶାରେ ବଢୁଥିବା ଅପରାଧ ସମ୍ପର୍କିତ ତଥ୍ୟ ଦେଇଛି ବିଜେପି । ପୋଲିସ ଯଦି ଅକ୍ଷମ ତେବେ ସିବିଆଇକୁ କେସ ହସ୍ତାନ୍ତର କରୁ ବୋଲି ଦାବି କଲା ବିଜେପି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଥାନା ଭଙ୍ଗାରୁଜାକୁ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟସରକାର: ଇରାଶିଷ | Argus News