Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖରା କଷ୍ଟକୁ ବଳିଯାଇଛି ସାରା ରାଜ୍ୟରେ ଜଳ କଷ୍ଟ

Jitendra Dash
Browse all articles by Jitendra Dash
·2 years ago·2 min read
ଖରା କଷ୍ଟକୁ ବଳିଯାଇଛି ସାରା ରାଜ୍ୟରେ ଜଳ କଷ୍ଟ

ଅର୍ଗସ ବ୍ୟୁରୋ : ପ୍ରବଳ ଖରାରେ ସାରା ରାଜ୍ୟରେ ପିଇବା ପାଣି ପାଇଁ ହାହାକାର । କେଉଁଠି ପାଣି ପାଇଁ ଧାରଣା ତ କେଉଁଠି ଖଡ଼ଗହସ୍ତ ଭୋଟର । ରାଜ୍ୟବାସୀଙ୍କୁ ପିଇବା ପାଣି ମୁନ୍ଦେ ଦେବାରେ ବିଫଳ ୨୪ ବର୍ଷର ସରକାର । ବିଜେଡି ସରକାରର ଅପାରଗତା ବିରୋଧରେ ରାଜ୍ୟବ୍ୟାପୀ ବଢୁଛି ମହିଳାଙ୍କ ଆକ୍ରୋଶ । ମୋଦି ୧୦,୨୦୭ କୋଟି ଦେବା ସତ୍ବେ କାହିଁକି ଓଡ଼ିଶାବାସୀଙ୍କୁ ମିଳୁନି ପାନୀୟ ଜଳ  ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା ବିଜେପି, ରାଜ୍ୟର ୪୦% ପରିବାରକୁ ଶୁଦ୍ଧ ପାଣି ନ ମିଳିବା କି ରୂପାନ୍ତରୀକରଣ ? 

ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟ ବ୍ଲକ କାକରପାଣି ଗାଁ । ଏହି ଗାଁରେ ରହନ୍ତି ୫୦୦ରୁ ଅଧିକ ପରିବାର । ରାତି ପାହିଲେ ଗାଁର ମହିଳାଙ୍କ ପାଇଁ ପାଣି ଚିନ୍ତା । ଦଶକ ଦଶକ ଧରି ଏମାନେ ପିଇବା ପାଣି ପାଇଁ କରୁଛନ୍ତି ସଂଘର୍ଷ । ଅତିଷ୍ଠ ହୋଇ ଶେଷରେ ଗରା ବାଲଟି ଧରି କୋଚିଳାଘାଟି ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି କାକରପାଣି ଗାଁ ଲୋକେ । ସେହିପରି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ରୁଗୁଡ଼ିପଡା ଗାଁ ଲୋକେ ପିଇବା ପାଣି ପାଇଁ ହେଉଛନ୍ତି ହନ୍ତସନ୍ତ । କେବଳ ଗାଁ ନୁହେଁ ବଡ଼ବିଲ ଭଳି ସହରରେ ବି ପାନୀୟ ଜଳର ଘୋର ସଙ୍କଟ । 

ସେହିପରି ହିଞ୍ଜିଳିରୁ ନେଇ ଘସିପୁରା, ମାହାଙ୍ଗାରୁ ମହାକାଳପଡ଼ା । ବିଜେଡି ସରକାରର ଅପାରଗତାରୁ ସବୁଠି ପାଣି ପାଇଁ ହାହାକାର । ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏବେ ବି ରାଜ୍ୟର ୪୦ ପ୍ରତିଶତ ପରିବାର ପାଖରେ ପହଂଚୁ ନାହିଁ ଶୁଦ୍ଧ ପାନୀୟ ଜଳ। ରାଜ୍ୟର ସ୍କୁଲ ଗୁଡ଼ିକରେ ବି ପିଇବା ପାଣି ନ ମିଳିବା ରୂପାନ୍ତରୀକରଣ କି ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି ବିଜେପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାର ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦,୨୦୭ କୋଟି ଟଙ୍କା ଦେବା ସତ୍ବେ ରାଜ୍ୟରେ କାହିଁକି ଉତ୍କଟ ପାନୀୟ ଜଳ ସ୍ଥିତି । ବିଜେଡି ଶାସନର ୨୫ ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ ୨୪ ଲକ୍ଷ ପରିବାର ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ । ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି ୩୧.୨ ପ୍ରତିଶତ ପରିବାରଙ୍କୁ ମିଳୁନାହିଁ  ଶୁଦ୍ଧ ପିଇବା ପାଣି । ନିକଟରେ ରାଉରକେଲା, ସମ୍ବଲପୁର, ରେଢ଼ାଖୋଲ ଓ ପୁରୀରେ ଝାଡ଼ାବାନ୍ତି ତାର ଉଦାହରଣ ଦେଖିବାକୁ ମିଳିଥିଲା ।

Sponsored
BJP targets Odisha govt over drinking water issue | Argus News