|
logo
Live
Argus News App
GET APP

Argus News - ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ

Odisha

Nuapada By Election / ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ

Banajyotshna Ray
Browse all articles by Banajyotshna Ray
·4 months ago·2 min read
ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ

Key Points

ଆଗରେ ବିଜେପି ପ୍ରାର୍ଥୀ
ଦଶମ ରାଉଣ୍ଡ ସୁଦ୍ଧା ୩୩,୨୩୨ ଭୋଟରେ ଆଗୁଆ ଜୟ ଢ଼ୋଲକିଆ
ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ କିଛି ରାଉଣ୍ଡ ଭୋଟ ଗଣତି ସରିଛି । ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍‌ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିବାରେ ଲାଗିଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ୩୩,୨୩୨ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ୫୦,୩୩୩ ଟି ଭୋଟ୍ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୧୭,୧୦୧ ଭୋଟ୍ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୧୩,୭୫୧ ଭୋଟ୍ ମିଳିଛି ।​​​​​​​ 

ଏଥିସହ ପଢ଼ନ୍ତୁ: ନବମ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ଆଗରେ ରହିଛି ବିଜେପି

ଏଥର ନୂଆପଡା ଭୋଟିଂରେ ରେକର୍ଡ କରିଥିବା ବେଳେ ଫଳାଫଳକୁ ନେଇ ସାଧାରଣରେ ବଢ଼ିଛି ଉତ୍କଣ୍ଠା । ନୂଆପଡ଼ା ଫଳାଫଳ ସରକାର ଉପରେ ସିଧା ସଳଖ କୌଣସି ପ୍ରଭାବ ପକାଉନଥିଲେ ମଧ୍ୟ ପ୍ରମୁଖ ୩ ରାଜନୈତିକ ଦଳ ଭିତରୁ କିଏ ଏକ-ଦୁଇ ଓ ତିନି ନମ୍ବରରେ ରହିବେ ତା’ ଉପରେ ରହିଛି ନଜର । କାରଣ ଏହି ପୋଜିସନ ହିଁ ତିନି ପ୍ରମୁଖ ରାଜନୈତିକ ଦଳର ଦଶା ଓ ଦିଶାକୁ ପ୍ରମାଣିତ କରିବ ।

ପୁଣି ପଢ଼ନ୍ତୁ: ଅଷ୍ଟମ ରାଉଣ୍ଡ: ବିଜେପି ପ୍ରାର୍ଥୀ ୨୮,୮୮୮ ଭୋଟରେ ଆଗୁଆ

ତାରିଖ -୧୪ । ପ୍ରାର୍ଥୀ - ୧୪ । ଟେବୁଲ୍ - ୧୪ । ଏହାରି ଭିତରେ ୧୪ ଅଙ୍କକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ୧୪ ତାରିଖରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ କାଉଣ୍ଟିଂ ପାଇଁ ପ୍ରସ୍ତୁତ ହୋଇଥିବା ୧୪ ଟେବୁଲ । ୩୫୮ ବୁଥ ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲ୍ ପାଇଁ ଜଣେ ଲେଖାଏଁ କାଉଣ୍ଟି ସୁପର ଭାଇଜର ଦାୟିତ୍ବରେ ରହିଛନ୍ତି । ତାଙ୍କୁ ସହଯୋଗ କରିବା ପାଇଁ କାଉଣ୍ଟି ଆସିଷ୍ଟାଣ୍ଟ ରହିଛନ୍ତି । ଜଣେ ମାଇକ୍ରୋ ଅବଜରଭର କାଉଣ୍ଟିଂ ଟେବୁଲରେ ରହିଛନ୍ତି । ଏହା ସହ ଭୋଟ ଗଣତି ପ୍ରକ୍ରିୟାକୁ ତଦାରଖ କରିବେ ରିଟର୍ଣ୍ଣିଂ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ ଭୋଟ୍ ଗଣତି କେନ୍ଦ୍ର ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election: ଟ୍ରେଣ୍ଡ କରୁଛି ବିଜେପି: ଦଶମ ରାଉଣ୍ଡ ସୁଦ୍ଧା ଆଗରେ ଜୟ ଢ଼ୋଲକିଆ | Argus News