Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେକାରୀ ଓ ପିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବେକାରୀ ଓ ପିସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି

ଅର୍ଗସ ବ୍ୟୁରୋ : ଆବାସଠାରୁ ପାଇଖାନା, ମନରେଗାରୁ ଭତ୍ତା ସବୁ ଯୋଜନାରେ ହେଉଛି ବ୍ୟାପକ ପିସି କାରବାର। ପଞ୍ଚାୟତ ସିମିତି କାର୍ଯ୍ୟଳୟ ସବୁ ପାଲଟିଛି ପିସି କାରବାରର ମୁଖ୍ୟକେନ୍ଦ୍ର। ଏହା ବିରୋଧରେ ବିଜେପି ରାଜ୍ୟ ବ୍ୟାପୀ କରିବ ଜନ ଆକ୍ରୋଶ ଆନ୍ଦୋଳନ। 24 ବର୍ଷର ବିଜେଡି ସରକାରର ବିଫଳତା ଓ ଅପାରଗତାର ପୋଲ ଖୋଲିବାକୁ ବିଜେପି କରିଛି ବଡ଼ ପ୍ଲାନ୍। 14ରୁ 18 ଯାଏ ପ୍ରତି ବ୍ଲକ ଓ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ଦଳ । 

 ଅଧିକ ପଢନ୍ତୁ : କେନ୍ଦ୍ର ଦେଉଛି, ରାଜ୍ୟ ଲୁଚାଉଛି !

2019 ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ ଯୋଜନା ନାଁରେ ପ୍ରାୟ 2000 କୋଟି ଟଙ୍କା ହରିଲୁଟ୍ ହେଲା। ନିର୍ବାଚନ ସରିବା ପରେ ବନ୍ଦ ହୋଇଗଲା ଯୋଜନା। ଏବେ 2024 ନିର୍ବାଚନ ପୂର୍ବରୁ ଲଂଚ ହୋଇଛି ଆମ ଓଡ଼ିଶା ନବୀନ ଯୋଜନା। ପ୍ରତି ପଞ୍ଚାୟତକୁ ଦିଆଯାଉଛି 50 ଲକ୍ଷ ଲେଖାଏଁ ଟଙ୍କା। ତେବେ ଗ୍ରାମସଭା ପଲ୍ଲିସଭା ନକରି, ନିର୍ବାଚିତ ସରପଞ୍ଚଙ୍କୁ ଗୌଣ କରି ସରକାରୀ ଅଧିକାରୀଙ୍କ ମାଧ୍ୟମରେ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଏ ଯୋଜନା ଅଣାଯାଇଛି । ନିର୍ବାଚନ ସରିଲେ ଏହାକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ଅଭିଯୋଗ କରିଛି ବିଜେପି। ଆନ୍ଦୋଳନ ମାଧ୍ୟମରେ ଏହାର ପର୍ଦ୍ଦାଫାସ କରିବାକୁ ଯୋଜନା କରିଛି ଦଳ। ଏସବୁ ବାଦ୍ ରାସ୍ତା, ପୋଲ, ପିଇବା ପାଣି ପରି ମୌଳିକ ସମସ୍ୟାକୁ ନେଇ ବିଜେଡି ସରକାରଙ୍କ ବିରୋଧରେ ବିଜେପି କରିବ ହଲ୍ଲାବୋଲ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will attack the state government on the issue of unemployment and PC | Argus News