Videos
|
Odisha

ହରିୟାଣାରେ ତୃତୀୟ ଥର ପାଇଁ ହେବ ବିଜେପି ସରକାର

Ritu Das
Browse all articles by Ritu Das
·2 years ago·2 min read
ହରିୟାଣାରେ ତୃତୀୟ ଥର ପାଇଁ ହେବ ବିଜେପି ସରକାର

ଅର୍ଗସ ବ୍ୟୁରୋ: ହରିୟାଣାରେ ତୃତୀୟ ଥର ପାଇଁ ବିଜେପିର ସରକାର ଗଠନ ହେବ । ବିଜେପିକୁ ଭୋଟ ଦେବା ପାଇଁ ହରିୟାଣାର ଜନସାଧାରଣ ମନ ବନାଇ ସାରିଛନ୍ତି ବୋଲି ଆଜି ହରିୟାଣାର ପାନିପତ ଏବଂ ସମଲଖା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହେବା ସହ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି ହରିୟାଣା ବିଜେପିର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ପ୍ରାର୍ଥୀଙ୍କ ପାଇଁ ଲୋକଙ୍କ ମଧ୍ୟରେ ଭୂତପୂର୍ବ ଉତ୍ସାହ, ଆଶୀର୍ବାଦ ଏବଂ ଜନସମର୍ଥନ ରହିଛି । ଗୋଟିଏ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଜନତାଙ୍କ ଆତ୍ମବିଶ୍ୱାସ ବଢିଛି। ଅପରପକ୍ଷରେ ଦେଶକୁ ଅପମାନିତ କରୁଥିବା ଲୋକମାନଙ୍କୁ ହରାଇବା ପାଇଁ ଜନସାଧାରଣ ସଂକଳ୍ପ ନେଇସାରିଛନ୍ତି । ସଂରକ୍ଷଣ ବନ୍ଦ କରିବାର ସ୍ୱପ୍ନ ଦେଖିଥିବା କଂଗ୍ରେସର ଯୁବରାଜଙ୍କ ଆଶା କେବେ ପୂରଣ ହେବ ନାହିଁ । କଂଗ୍ରେସର ଯୁବରାଜ ଓ ସେମାନଙ୍କ ପ୍ରାର୍ଥୀଙ୍କୁ ହରିଆଣାବାସୀ କଡ଼ା ଜବାବ ଦେବେ। 

ସେ କହିଛନ୍ତି ଯେ, ଏବେ ଏବେ ୭୦ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ମୋଦୀ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏଭଳି ସମସ୍ତ ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ନିଷ୍ପତି ଦ୍ୱାରା ୬ କୋଟିରୁ ଅଧିକ ବରିଷ୍ଠ ନାଗରିକମାନେ ଉପକୃତ ହେବେ ବୋଲି ସେ କହିଛନ୍ତି। 

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ । ଜନତାଙ୍କ ଆଶୀର୍ବାଦ ଓ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ଅଞ୍ଚଳରେ ପଦ୍ମ ଫୁଟିବା ନିଶ୍ଚିତ । ନିରବଚ୍ଛିନ୍ନ ବିକାଶ ପାଇଁ କେବଳ ବିଜେପି ଉପରେ ଲୋକଙ୍କ ଆସ୍ଥା ରହିଛି । ହରିୟାଣାରେ ତୃତୀୟ ଥର ପାଇଁ ପଦ୍ମ ଫୁଟାଇ ବିଜେପି ସରକାର ଗଠନ କରିବାକୁ ଯାଉଛନ୍ତି। ବିଜେପି ସରକାରରେ ନନ୍-ଷ୍ଟପ୍ ହରିୟାଣାର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

BJP will be the | Argus News