Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

25 ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିବ ଚାର୍ଜସିଟ

Ritu Das
Browse all articles by Ritu Das
·2 years ago
25 ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିବ ଚାର୍ଜସିଟ

ଅର୍ଗସ ବ୍ୟୁରୋ: 25 ବର୍ଷ ବିଜେଡି ସରକାର ବିରୋଧରେ ବିଜେପି ଆଣିବ ଚାର୍ଜସିଟ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି 25 ବର୍ଷ ବିଜେଡ଼ି ସରକାରରେ ଅନ୍ୟାୟ , ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସା ଆଦିକୁ ଚାର୍ଜସିଟରେ ସ୍ଥାନ ଦେଇଛି ଭାରତୀୟ ଜନତା ପାର୍ଟି । 

ସେହିପରି ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟ ଜଳ ଆଦି ସମସ୍ୟା ମଧ୍ୟ ଚାର୍ଜସିଟରେ ସ୍ଥାନ ପାଇଛି । ସାଧାରଣ ନିର୍ବଚନ ପୂର୍ବରୁ ବିଜେପି ଏହି ଚାର୍ଜସିଟ ଆଣି ବିଜେଡି ସରକାରର ବିଫଳତାକୁ ପ୍ରସଙ୍ଗ କରିବାକୁ ଯୋଜନା କରିଛି। ଏହି ଚାର୍ଜସିଟକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ପୂର୍ବରୁ ତେଲେଙ୍ଗାନ, ତ୍ରିପୁରା , କର୍ଣ୍ଣାଟକ, ଛତିଶଗଡ଼, ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସ୍ଥାନୀୟ ସରକାରର ଅପାରଗତା ନେଇ ଚାର୍ଜସିଟ ଆଣିଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will bring chargesheet | Argus News