Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶାରେ ଏକାକୀ ଲଢିବ ବିଜେପି

Odisha

ଓଡ଼ିଶାରେ ଏକାକୀ ଲଢିବ ବିଜେପି

Banajyotshna Ray
Browse all articles by Banajyotshna Ray
·2 years ago
ଓଡ଼ିଶାରେ ଏକାକୀ ଲଢିବ ବିଜେପି

ଅର୍ଗସ ବ୍ୟୁରୋ: ମେଣ୍ଟ ହେବନି, ଓଡ଼ିଶାରେ ଏକାକୀ ଲଢିବ ବିଜେପି । ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ରାଜ୍ୟ ସଭାପତିଙ୍କ ପରେ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଖଣ୍ଡନ । ମେଣ୍ଟ ନେଇ ବିଜୟ ପାଲ ସିଂ ତୋମାର ପ୍ରତିକ୍ରିୟା ରଖି କହିଛନ୍ତି, ମୋ ଜାଣିବାରେ ମେଣ୍ଟ ହେଉ ନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ମୁଁ କଥା ହୋଇଛି ଅନ୍ୟ ନେତାଙ୍କ ସହ ବି କଥା ହୋଇଛି । ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ବିଜେପି ଏକାକୀ ଲଢିବ । ୮୦ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବ ବିଜେପି । ଗତକାଲି ଓଡ଼ିଶାରେ ବିଜେପିର ମେଣ୍ଟ ହେବ ନାହିଁ କହିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP will fight alone in Odisha | Argus News