Videos
|
Odisha

ମୋଦି, ଶାହଙ୍କ କଥା ରହିଲା; ଜୁନ 4 ହେଲା ବଜେଡି ସରକାରର ଏକ୍ସପାଏରି ଡେଟ୍

Smruti Parija
Browse all articles by Smruti Parija
·2 years ago·2 min read
ମୋଦି, ଶାହଙ୍କ କଥା ରହିଲା; ଜୁନ 4 ହେଲା ବଜେଡି ସରକାରର ଏକ୍ସପାଏରି ଡେଟ୍

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ହେବ ବିଜେପି ସରକାର । ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ବିଧାନସଭାରେ ବିଜେପିକୁ ମିଳିଛି ସ୍ପଷ୍ଟ ବହୁମତ । 147 ବିଧାନସଭା ଆସନରୁ 78ଟି ସିଟ ଜିତିଛି ବିଜେପି। ରାଜ୍ୟରେ ବିଜୁ ଜନତା ଦଳର ଅଢ଼େଇ ଦଶନ୍ଧି ଶାସନର ଅନ୍ତ ଘଟିଛି । 24 ମହାଲଢ଼େଇରେ ଶାସକ ବିଜୁ ଜନତା ଦଳ ଚିତପଟାଙ୍ଗ ମାରିଛି। ମାତ୍ର 51ଟି ସିଟରେ ସୀମିତ ରହିଛି ବିଜେଡି। କଂଗ୍ରେସ ମାତ୍ର 14ଟି ଆସନରେ ସୀମିତ ରହିଥିବାବେଳେ ଅନ୍ୟାନ୍ୟ ଦଳ 4ଟି ଆସନରେ ହେଲେ ବିଜୟୀ ହୋଇଛନ୍ତି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶାର ପ୍ରତି ଭାଗରେ ଚମତ୍କାର ପ୍ରଦର୍ଶନ କରିଛି ବିଜେପି।

ଓଡିଶାରେ ନବୀନ ପଟ୍ଟନାୟକଙ୍କ 24 ବର୍ଷ 3 ମାସ ଶାସନରେ ପୂର୍ଣ୍ଣଛେଦ ପଡିଛି । ଚଳିତ ନିର୍ବାଚନରେ ଆଉ କାମ କଲାନି ନବୀନ ଯାଦୁ । ଦେଖିବାକୁ ମିଳିଛି ପରିବର୍ତ୍ତନର ସ୍ୱର । ବିଜେଡିକୁ କ୍ଷମତାଚ୍ୟୁତ କରିଛନ୍ତି ରାଜ୍ୟବାସୀ । ବିଜେପିକୁ ମିଳିଛି ସ୍ପଷ୍ଟ ବହୁମତ । 

ବିଜେଡି ଗଠନ ହେବା ପରେ ସବୁଠାରୁ ବଡ ବିପର୍ଯ୍ୟର ସାମନା କରିଛି ବିଜେଡି । ଏମିତିକି ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରେ ହାର୍ ର ସାମନା କରିଛନ୍ତି । ସେପଟେ ଦଳ ପାଇଁ ଏକୁଟିଆ ପ୍ରଚାର କରି ସବୁ ଶ୍ରେୟ ନେବାକୁ ଆଶା ରଖିଥିବା ଭି.କେ ପାଣ୍ଡିଆନଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଛି । ବିଜେଡି ସହ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରି ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇବା ବିଜେପି ପାଇଁ ସଫଳ ସାବ୍ୟସ୍ତ ହୋଇଛି । ନବୀନ ପଟ୍ଟନାୟକଙ୍କ ଭାବ ମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି । 

ସେପଟେ ପ୍ରଧାନମନ୍ତ୍ରୀ ଓଡିଶାରେ ପ୍ରଚାର ସମୟରେ କହିଥିଲେ ଜୁନ 4 ହେଉଛି ଓଡିଶାରେ ବିଜେଡି ସରକାରର ଏକ୍ସପାଏରି ଡେଟ୍ । ଜୁନ 10ରେ ବିଜେପି ସରକାର ଗଠନ କରିବ । ଜଣେ ଓଡିଆ ପୁଅ/ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ମୋଦିଙ୍କ ଏହି ଭବିଷ୍ୟବାଣୀ ସତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

bjp-will-form-govt-in-odisha-for-the-first-time | Argus News