Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟାଙ୍ଗୀରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

Smruti Parija
Browse all articles by Smruti Parija
·2 years ago·1 min read
ଟାଙ୍ଗୀରେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା: ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭଜାଗଡ ଗ୍ରାମର ଘଟଣା ଚଳିତ ନିର୍ବାଚନ ସମୟରେ ରାଜନୈତିକ ଦଳର ସମର୍ଥନକୁ ନେଇ ଘଟଣା ଘଟିଛି । ଭଜାଗଡ ଗ୍ରାମର ଦେବରାଜ ଜେନା ବିଜେପି ଦଳକୁ ସମର୍ଥନ କରି କାମ କରୁଥିବାରୁ ଉକ୍ତ ଗ୍ରାମର ମନୋଜ ଉଦୟସିଂହ ବିଜେଡି ଦଳକୁ ସମର୍ଥନ କରୁଥିଲେ । 

ସନ୍ଧ୍ୟା ସମୟରେ ଦେବରାଜ ଗାଁ ମନ୍ଦିର ମଣ୍ଡପରେ ଶୋଇଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନୋଜ ଉଦୟସିଂହ ଓ ତାଙ୍କର ଜଣେ ସାଥି ରବିନ୍ଦ୍ର ପ୍ରଧାନ ମିଳିତ ହୋଇ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଦେବରାଜର ମୁହଁରେ ଶକ୍ତ ଆଘାତ ଲାଗିଥିଲା । ଦେବରାଜକୁ ପ୍ରଥମେ ଟାଙ୍ଗି ଓ ପରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏନେଇ ଦେବରାଜର ମା ଡଲି ଜେନା ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjp-worker-attacked-in-khurda | Argus News