ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
·2 years ago·1 min read

ଅର୍ଗସ ବ୍ୟୁରୋ : ଆଜି ଆସିପାରେ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ପୂର୍ବରୁ ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ । ବିଜେଡି ଗତକାଲି ବାଲେଶ୍ବର ଲୋକସଭା ସହ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦୁଇ ତିନି ଦିନ ଭିତରେ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ନେଇ କହିଥିଲେ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ।
ଅଧିକ ପଢନ୍ତୁ : ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା , ବାଲେଶ୍ବରରୁ ଲଢିବେ ଲେଖାଶ୍ରୀ
ଏହା ସହ ପ୍ରାର୍ଥୀ ଚୟନ ନେଇ ସେ କହିଛନ୍ତି, ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯାଳୟରେ ଟିକେଟ ପାଇଁ ଦାବୀ କରିବା ନୂଆ କଥା ନୁହେଁ । ସମସ୍ତେ ଦଳ ବିଚାର ଧାରା ସହ ଜଡିତ, ସମସ୍ତେ ଆମ ସାଙ୍ଗରେ ଅଛନ୍ତି । ଏହା ସହ କେନ୍ଦ୍ରୀୟ ନେତୃତ୍ବରେ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ବୋଲି ସେ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: