ଅମ୍ବାଭୋନା ଥାନା ଭଙ୍ଗାରୁଜା ପଛରେ ବିଜେଡିର ବାହୁବଳି ବିଧାୟକ !

- ଖୋଦ୍ ଶାସକ ଦଳର ବିଧାୟକ ଉଡ଼ାଇଲେ ଆଇନଶୃଙ୍ଖଳାର ଧଜ୍ଜିୟା !
- ଅମ୍ବାଭୋନା ଥାନା ଭଙ୍ଗାରୁଜା ପଛରେ ବିଜେଡିର ବାହୁବଳି ବିଧାୟକ !
- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନାଁରେ ବିଜେପିର ସାଂଘାତିକ ଅଭିଯୋଗ
- ଘଟଣାସ୍ଥଳରେ ଥାଇ ସମର୍ଥକଙ୍କୁ ଥାନା ଭାଙ୍ଗିବାକୁ ଉସକାଇଥିଲେ ସୁଶାନ୍ତ
- ଗଞ୍ଜେଇ ଚାଲାଣ ସନ୍ଦେହରେ ଗାଡ଼ି ଚେକ୍ କରିବାରୁ ରାଗରେ ଭାଙ୍ଗିଥିଲେ ଥାନା
- 100ରୁ ଅଧିକଙ୍କ ନାଁରେ ମାମଲା, ସୁଶାନ୍ତଙ୍କ ଗିରଫ ଦାବି କଲା ବିଜେପି
ଅର୍ଗସ ବ୍ୟୁରୋ: ବରଗଡ଼ ଅମ୍ବାଭାନା ଥାନାର ଏହି ବିପର୍ଯ୍ୟସ୍ତ ଅବସ୍ଥା ହିଁ ବୟାନ କରୁଛି କେତେ ପ୍ରଚଣ୍ଡ ଥିଲା ଦୁବୃର୍ତ୍ତଙ୍କ ଆକ୍ରମଣ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଇନଶୃଙ୍ଖଳାର ଧଜ୍ଜିୟା ଉଡ଼ାଇଥିବା ଏହି ଦୁବୃର୍ତ୍ତ ହେଉଛନ୍ତି ବିଜେଡି ସମର୍ଥକ। ଅଭିଯୋଗ ହେଉଛି ଏପରିକାଣ୍ଡ ଭିଆଇବାକୁ ସେମାନଙ୍କୁ ଉସକାଇଥିଲେ ଖୋଦ୍ ବିଜେଡିର ବାହୁବଳୀ ବିଧାୟକ ସୁଶାନ୍ତ ସିଂହ। ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଥାନା ଭାଙ୍ଗିବାକୁ ପ୍ରୋତ୍ସାହିତ କରିଥିବା ଅଭିଯୋଗ କରିଛି ବିଜେପି। (ତାର ପ୍ରମାଣ ହେଉଛି ଏହି ସିସିଟିଭି ଭିଜୁଆଲ। ଥାନା ଭଙ୍ଗାରୁଜା ବେଳେ କାରରେ ନିଜ ସମର୍ଥକଙ୍କୁ ଭେଟିବାକୁ ଯାଉଛନ୍ତି ବିଧାୟକ ସୁଶାନ୍ତ ସିଂହ) ।ସୁଶାନ୍ତ ସିଂହଙ୍କ ଗିରଫ ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅମ୍ବାଭୋନା ପୋଲିସ ତାର ପିଛା କରିଥିଲା ଓ ଗାଡ଼ି ଚେକ୍ କରିଥିଲା। ତେବେ ପୋଲିସକୁ ବାଧା ଦେବା ସହ ଧମକ ଦେଇଥିଲେ ସୁଶାନ୍ତ ସିଂହଙ୍କ ସମର୍ଥକ। ଏହି ଘଟଣାକୁ ନେଇ ସୁଶାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ ପସି ତାଙ୍କ ସମର୍ଥକ ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛି ବିଜେପି। ଭଟଲି ନିର୍ବାଚନ ମଣ୍ଡଳିରେ ବ୍ୟାପକ ନିଶା କାରବାର ଚାଲିଛି ଓ ଆଇନ ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ।
ପୋଲିସ 100ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି । ଏବେ ପ୍ରଶ୍ନ ଉଠୁଛି ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରକୁ ଆଣିପାରିବ ତ ବରଗଡ଼ ପୋଲିସ ? ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ନିଜ ବୟାନକୁ କାର୍ଯ୍ୟକାରୀ କରିବେ ତ ବରଗଡ଼ ଏସପି ? ନା ବାହୁବଳି ବିଧାୟକଙ୍କ ଚାପରେ ତଦନ୍ତ ହେବ ବାଟବଣା ? ଏବେ ମଧ୍ୟ ବିଜେଡି ସରକାର କହିବେ କି ରାଜ୍ୟରେ ଠିକ୍ ଅଛି ଆଇନଶୃଙ୍ଖଳା ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
