ଆଜିଠୁ ବିଧିବଦ୍ଧ ଭାବେ ରାଜ୍ୟରେ ବିଜେପିର ସଦଶ୍ୟତା ଅଭିଯାନ ଆରମ୍ଭ
·1 year ago·1 min read

ଅର୍ଗସ ବ୍ୟୁରୋ: ଆଜି ଠାରୁ ବିଧିବଦ୍ଧ ଭାବେ ରାଜ୍ୟରେ ବିଜେପିର ସଦଶ୍ୟତା ଅଭିଯାନ ଆରମ୍ଭ । ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ମନ୍ତ୍ରୀ, ବିଧାୟକଙ୍କ ସହ ଅନ୍ୟ କାର୍ଯ୍ୟକର୍ତା ମାନେ ସଦଶ୍ୟତା ନେବେ । 8800002024 ନମ୍ବରରେ କଲ କରି ହୋଇ ପାରିବେ ସଦଶ୍ୟ । ଘରକୁ ଘର ଯାଇ ସମାଜର ସବୁ ସ୍ତରର ଲୋକଙ୍କୁ ସଦସ୍ୟ କରାଯିବ । ଗତ 10 ବର୍ଷରେ 18 କୋଟି ସଦଶ୍ୟଙ୍କ ସହ ବିଜେପି ବିଶ୍ୱ ରେ ସବୁଠୁ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଓଡିଶାରେ ପ୍ରାୟ 42 ଲକ୍ଷ ସଦଶ୍ୟ ରହିଛନ୍ତି । ସଦଶ୍ୟତା ଅଭିଯାନରେ ଆହୁରି ଅଧିକ ସାମିଲ ହେବାକୁ ଆୱାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି । ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ଓ ଅକ୍ଟୋବର 2 ରୁ 15 ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସଦଶ୍ୟତା ଅଭିଯାନ ଅନୁଷ୍ଠିତ ହେବ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
