Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା 

Smruti Parija
Browse all articles by Smruti Parija
·2 years ago·1 min read
ଆଜି ଆସିପାରେ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା 

ଅର୍ଗସ ବ୍ୟୁରୋ: 24 ନିର୍ବାଚନ ପାଇଁ ଆଜି ବିଜେପି ଜାରି କରିପାରେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପାଞ୍ଚ ରାଜ୍ୟ ସମେତ ଓଡ଼ିଶା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବିଜେପି । ଶନିବାର ପିଏମ ମୋଦିଙ୍କ ନେତୃତ୍ବରେ ବସିଥିବା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ହୋଇଛି ଚୂଡ଼ାନ୍ତ ନିଷ୍ପତ୍ତି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି 21 ସିଟରେ ପ୍ରାର୍ଥୀ ଦେବାକୁ ଆଲୋଚନା ହୋଇଛି । କେବଳ ସିଇସିଙ୍କ ଘୋଷଣାକୁ ଅପେକ୍ଷା ।

ସେପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ସର୍ଭେକୁ ଆଧାର କରି ନ୍ୟୁଜ୍ 18ରେ ପ୍ରକାଶିତ ଖବରରେ ଓଡ଼ିଶାରେ ବିଜେପିର ବଢୁଥିବା ଗ୍ରାଫକୁ ଦର୍ଶାଯାଇଛି। ସର୍ଭେ ଅନୁସାରେ ବିଜେପି ଏକାକି ଲଢିବେ ଲୋକସଭାରେ 17 ଆସନ ଓ ବିଧାନସଭାରେ 70 ଆସନରେ ବିଜୟ ଲାଭ କରିବ। ଅର୍ଥାତ ମ୍ୟାଜିକ ନମ୍ବର 74ର ପାଖାପାଖି ପହଞ୍ଚିଯିବ ଭାରତୀୟ ଜନତା ପାର୍ଟି । 

6 ମାସ ତଳେ ଏଇ ସର୍ଭେରେ ଦର୍ଶାଯାଇଥିଲା ଓଡ଼ିଶାରେ ବିଜେପିକୁ ମିଳିପାରେ 8 ଲୋକସଭା ଆସନ । ସେହିଭଳି ଭରତୀୟ ଜନତା ପାର୍ଟି  ବିଧାନସଭାରେ ଜିତିପାରେ 32 ସିଟ୍ । ତେବେ ଏହାଭିତରେ ବିଜେପିର ଲୋକପ୍ରିୟତା ଖାସ୍ କରି ମୋଦିଙ୍କ ପପୁଲାରିଟି ଓଡ଼ିଶାରେ ବଢିବାରେ ଲାଗିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
BJP's fourth phase candidate list may come today | Argus News