Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ ସହ ସମକକ୍ଷ ହେଲା ଓଡିଶା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ ସହ ସମକକ୍ଷ ହେଲା ଓଡିଶା

Key Points

  • ଓଡିଶାରେ ବିଜେପିର ପ୍ରଦର୍ଶନ ସାନଦାର
  • ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ ସହ ସମକକ୍ଷ ହେଲା ଓଡିଶା

ଅର୍ଗସ ବ୍ୟୁରୋ : ଚଳିତ ନିର୍ବାଚନରେ ଓଡିଶାରେ ବିଜେପି 21ରୁ 20 ଲୋକସଭା ସିଟ ହାତେଇଛି । ଯାହା ଓଡିଶାକୁ ଦିଲ୍ଲୀ , ଗୁଜୁରାଟ ମଧ୍ୟ ପ୍ରଦେଶ ସହିତ ସମକକ୍ଷ କରାଇଛି । ଓଡିଶାରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ସାନଦାର ରହିଛି । 

ଦିଲ୍ଲୀରେ 7ରୁ 7 ଲୋକସଭା ଆସନ ବିଜେପି ଜିତିଥିବା ବେଳେ ଗୁଜରାଟରେ 26ରୁ 25 ଆସନ ଜିତିଛି ବିଜେପି । ସେହିପରି ମଧ୍ୟପ୍ରଦେଶରେ 29JG 29 ଆସନରେ ବିଜେପିର ଲୋକସଭା ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଏହା ସହିତ ତାଳ ମିଳାଇଛି ଓଡିଶା । 21ରୁ 20 ଲୋକସଭା ଆସନ ଦଖଲ କରିଛି । ଓଡିଶାର ପରିବେଶ ବିଜେପି ପାଇଁ ଅନୁକୁଳ ରହିଥିବା କଥା କହିଥିଲେ ବିଜେପିର ବରିଷ୍ଠ ନେତା କୁଶାଭାଉ ଠାକରେ, ସୁନ୍ଦର ସିଂ ଭଣ୍ଡାରୀ । 1993, 1994 ଏବଂ 1995 ମସିହାରେ ଏହି ଆକଳନ କରିଥିଲେ ବିଜେପିର ଏହି ତୁଙ୍ଗ ନେତା । ସେମାନଙ୍କ ଦୁରଦୃଷ୍ଟି ଏବେ ସତ ହୋଇଛି । 

ସେପଟେ କାଲି ଓଡିଶାର ନବ ନିର୍ବାଚିତ ବିଜେପି ସାଂସଦ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ବିଜେପି ସାଂସଦମାନେ ଦିଲ୍ଲୀରେ ପହଂଚୁଛନ୍ତି । ଆସନ୍ତାକାଲି ବସୁଛି ବିଜେପିର ସଂସଦୀୟ ବୋର୍ଡ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଔପଚାରିକ ଭାବେ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବ । ପରେ ରାଷ୍ଟ୍ରପତିଙ୍କ ନିକଟକୁ ସରକାର ଗଠନର ଦାବି ନେଇ ଯିବେ ପ୍ରଧାନମନ୍ତ୍ରୀ । 9 ତାରିଖରେ ସନ୍ଧ୍ୟା 6ଟା ସମୟରେ ନରେନ୍ଦ୍ର ମୋଦି 18ତମ ଲୋକସଭାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ଏହା ପୂର୍ବରୁ ଆଜି ନିର୍ବାଚନ କମିଶନ ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନବ ନିର୍ବାଚିତ ସାଂସଦ ମାନଙ୍କ ତାଲିକା ପ୍ରଦାନ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ : ମୋଦି, ଶାହଙ୍କ କଥା ରହିଲା; ଜୁନ 4 ହେଲା ବଜେଡି ସରକାରର ଏକ୍ସପାଏରି ଡେଟ୍

 କେନ୍ଦ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର 272 ହୋଇଥିବା ବେଳେ ଏନଡିଏ ପାଖରେ ସଂଖ୍ୟା ରହିଛି 292 । ସେପଟେ ଇଣ୍ଡି ମେଂଟ ପାଖରେ ସଂଖ୍ୟା ରହିଛି 234 । ଆବଶ୍ୟକ ସମର୍ଥନ ଥିବାରୁ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ବଢିଯାଇଛି । 

Sponsored
BJP's performance in Odisha is impressive | Argus News